ବିଜେଡି ସରକାର ଗରୀବ ବିରୋଧୀ ସରକାର : ରଘୁବର ଦାଶ

Apr 5, 2019 - 04:18
 132
ବିଜେଡି ସରକାର  ଗରୀବ ବିରୋଧୀ ସରକାର : ରଘୁବର ଦାଶ
ରାଉରକେଲା,୩/୪(ସକାଳଖବର):ଭାରତ ସରକାରଙ୍କ ଅନେକ ଜନହିତକାରୀ ଯୋଜନା କୁ ଓଡିଶାରେ ଲାଗୁ କରାଯିବା କ୍ଷେତ୍ରରେ ନବୀନ ସରକାର ସହଯୋଗ ନକରି ନିଜକୁ ଗରୀବ ବିରୋଧୀ ସରକାର ଭାବେ ପରିଚୟ ଦେଇଛିାତେଣୁ ଭାରତ ବର୍ଷରେ ଡବଲ ଇଂଜିନ ସରକାର ଦରକାର । ଦିଲ୍ଲୀ ରେ ଓ ରାଜ୍ୟରେ ମୋଦୀ ସରକାରଙ୍କର ଆବଶ୍ୟକତା ରହିଛି ବୋଲି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାଶ କହିଛନ୍ତି । ବୁଧବାର ସୁନ୍ଦରଗଡ ଜିଲ୍ଲା ରାୟବଗା ଠାରେଏକ ନିର୍ବାଚନୀ ପ୍ରଚାର ସଭାରେ ସେ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଭାରତର ମୋଦୀ ସରକାର ଗରୀବ ଚାଷୀ ମାନଙ୍କ ଲାଗି ଅନେକ ଯୋଜନା ଆଣିଥିବା ବେଳେ ସେଗୁଡିକୁ ନବୀନ ସରକାର ଜାଣି ଶୁଣି ଲାଗୁ କରୁ ନାହାନ୍ତି କିମ୍ବା ଲୋକଙ୍କୁ ସୁଫଳ ପାଇବା ଲାଗି ସହେଯାଗ କରୁନାହାନ୍ତି । ଆୟୁଷ୍ମାନ ଭାରତ ଯୋଜନାର ଉଦାହରଣ ଦେଇ ସେ ସମାଲୋଚନା କରିବା ସହ ପ୍ରଧାନ ମନ୍ତ୍ରୀ କୃଷି ସମ୍ମାନ ଯୋଜନା ଲାଗି ଆବଶ୍ୟକୀୟ କାଗଜପତ୍ର ଭାରତ ସରକାରଙ୍କୁ ଓଡିଶା ସରକାର ଯୋଗାଇଲେ ନାହିଁ । ଫଳରେ ଏ ଯୋଜନାରୁ ଓଡିଶାର ଚାଷୀ ଲାଭବାନ ହୋଇପାରିଲେ ନାହିଁ । ଫଳରେ ଓଡିଶାର ଚାଷୀ ମାନେ ଚାଷ କାମ ପୁର୍ବରୁ ୬ହଜାର ଟଙ୍କା ଲେଖା ହରାଇଲେ ।ଏଥିରେ ଝାଡଖଣ୍ଡର ୨୨ଲକ୍ଷ ଚାଷୀ ଉପକୃତ ହୋଇପାରିଛନ୍ତି ବୋଲି ସେ କହିଥିଲେ । ଗରୀବ ର କୌଣସି ଜାତି ନାହିଁ । ସେମାନଙ୍କୁ ସହେଯାଗ କରିବା ଲାଗି ମୋଦୀ ସରକାର ସବୁବେଳେ ଆଗେଇ ଆସିଛି । ଭାରତ ବର୍ହରେ ଉଜ୍ୱଳା ଯୋଜନା,ସ୍ୱଛ ଭାରତ ରେ ପାଇଖାନା, ବେଟୀ ପଢାଓ ବେଟୀ ବଚାଓ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ଭାରତ ସରକାର ଲୋକଙ୍କୁ ସହେଯାଗ କରୁଥିବା ବେଳେ ଓଡିଶା ସରକାର ସେଥିରୁ ଦୁରେଇ ରହୁଛି । ଦେଶରେ ସୁରକ୍ଷା ଲାଗି ଦିଲ୍ଲୀ ସରକାର ବଳବାନ ହେବା ଦରକାର ତେଣୁ ସମୟ ଆସିଛି ପୁର୍ନବାର ଦିଲ୍ଲୀ କୁ ପୁଣି ବଳବାନ କରାଇ ପୁଲୱାମା ଭଳି ଘଟଣାରେ ଜବାବ ଦେବାରେ ସହେଯାଗ ଲାଗି ସେ ଆହ୍ୱାନ ଦେଇଥିଲେ । ଏହି ଅବସର ରେ ସେ କଂଗ୍ରେସ କୁ ବିଭିନ୍ନ ମାମଲାରେ ଘେରିବା ସହ ରାଜ୍ୟରେ ଦେଶରେ ମୋଦୀ ସରକାର ଆଣିବାଲାଗି ଆହ୍ୱାନ ଦେଇଥିଲେ । ଏହି ଅବସର ରେ ବିଜେପିର ରାଜ୍ୟ ଓ ଜିଲ୍ଲାର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।