ସରକାରଙ୍କ ଅବହେଳ: କୋଟିଆରେ ପଡୋଶୀ ରାଜ୍ୟର ଅନୁପ୍ରବେଶ - ଧର୍ମେନ୍ଦ୍ର

Jan 4, 2019 - 18:30
 157
ସରକାରଙ୍କ ଅବହେଳ: କୋଟିଆରେ ପଡୋଶୀ ରାଜ୍ୟର ଅନୁପ୍ରବେଶ - ଧର୍ମେନ୍ଦ୍ର
ଭୁବନେଶ୍ୱର, ୪/୧(ସକାଳଖବର): କୋରାପୁଟ ଜିଲ୍ଲାର କୋଟିଆ ଅଂଚଳରେ ଜନସାଧାରଣଙ୍କ ସହ ଉପଯୁକ୍ତ ଯୋଗାଯୋଗ ସହ ସରକାରୀ ଯୋଜନା ଓ ସେମାନଙ୍କ ହକ୍ ସେମାନଙ୍କୁ ନ ପହଂ·ଇବା କାରଣରୁ ପଡୋଶୀ ରାଜ୍ୟ ପ୍ରଶାସନ ଫାଇଦା ନେବାକୁ ଚେଷ୍ଟା କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ରାଜ୍ୟ ସରକାର ସ୍ୱାର୍ଥର ସୁରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ କହିଛନ୍ତି ଯେ କୋରାପୁଟ ଜିଲ୍ଲାର କୋଟିଆ ଉକ୍ରଳ ଜନନୀର ଅବିଛେଦ୍ୟ ଅଙ୍ଗ । ଖାଲି କୋଟିଆ ଏକ ଗାଁ ନୁହଁ ବରଂ ଓଡିଶାର ଅସ୍ମିତା ଓ ଅଖଣ୍ଡତାର ପରିଚୟ । ଏହି ଅଂଚଳରେ ଓଡିଶାର ମାଟି ତଳେ ଥିବା ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଉପରେ ପଡୋଶୀ ରାଜ୍ୟର ଲୋଲୁପ ଦୃଷ୍ଟି ପଡିଛି । ସେ ଆହୁରି କହିଛନ୍ତି ଯେ ଏହି ସମସ୍ୟା ବାରମ୍ବାର ଉଠିଛି ଓ ରାଜ୍ୟ ସରକାର ସମ୍ପୂର୍ଣ ରୂପେ ଅବଗତ । ରାଜ୍ୟ ସରକାର ସ୍ଥାନୀୟ ଜନସାଧାରଣଙ୍କର ସ୍୍ୱାର୍ଥର ସୁରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ନେବା ଜରୁରୀ ।