ବାବା ଭୈରବନନ୍ଦ ଅଟୋନୋମସ କଲେଜର ଯୁକ୍ତଦୁଇ ଟପ୍ପର ହେଲେ ଜ୍ୟୋତ୍ସ୍ନା ସାହାଣୀ

Aug 9, 2022 - 10:32
 152
ବାବା ଭୈରବନନ୍ଦ ଅଟୋନୋମସ କଲେଜର ଯୁକ୍ତଦୁଇ ଟପ୍ପର ହେଲେ ଜ୍ୟୋତ୍ସ୍ନା ସାହାଣୀ
ଚଣ୍ଡିଖୋଲ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ଏହି କ୍ରମରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବାବା ଭୈରବନନ୍ଦ ଅଟୋନୋମସ କଲେଜର ଯୁ୍‌କ୍ତଦୁଇ ପରୀକ୍ଷା ମଧ୍ୟ ପ୍ରକାଶ ପାଇଛି । ଏଥିରେ ଛାତ୍ରୀ ଜ୍ୟୋତ୍ସ୍ନା ସାହାଣୀ ୫୪୪ ମାର୍କ ରଖି କଲେଜର ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ୯୯.୬୬ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଏହି ସଫଳତା ପରେ କଲେଜ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ଅଂଚଳବାସୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରୀ ଜ୍ୟୋତ୍ସ୍ନା ହେଉଛନ୍ତି ପ୍ରଦୀପ କୁମାର ସାହାଣୀ ଓ ନୟନା ସାହାଣୀଙ୍କୁ ସୁପୁତ୍ରୀ । ତାଙ୍କର ସଫଳତା ପଛରେ ତାଙ୍କର ପିତାମାତା,ଗୁରୁଜନଙ୍କ ଆଶୀର୍ବାଦ ରହିବା ସହ କଲେଜର ଶିକ୍ଷକଶିକ୍ଷୟତ୍ରୀଙ୍କ ବଡ ଅବଦାନ ରହିଛି ବୋଲି ଜ୍ୟୋତ୍ସ୍ନା କହିଛନ୍ତି ।