ବିହାରରେ ଭାଙ୍ଗିଲା ସରକାର, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନିତିଶ କୁମାର

Aug 9, 2022 - 14:32
 48
ବିହାରରେ ଭାଙ୍ଗିଲା ସରକାର, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନିତିଶ କୁମାର
ଭୁବନେଶ୍ୱର : ବିହାର ରାଜନୀତିକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଶେଷରେ ଏବେ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧିବଦ୍ଧ ଭାବରେ ଇସ୍ତଫା ଦେବା ସହ ସରକାର ଭାଙ୍ଗିଦେଇଛନ୍ତି । । ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ତେଜସ୍ୱି ଯାଦବଙ୍କ ଘରକୁ ଯାଇଛନ୍ତି । ସୂଚନା ଅନୁସାରେ ବିଜେପି ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ଆଜି ନିତିଶ ତାଙ୍କ ବାସଭବନରେ ଏକ ବୈଠକ ଡକାଇଥିଲେ । ବୈଠକ ଶେଷ ହେବା ପରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ସେ ଘୋଷଣା କରିଥିଲେ । ବିଜେପିର ହାତ ଛାଡି ପୁଣି ଆରଜେଡିକୁ ନିତିଶ୍ ସାଥୀ କରିବେ ବୋଲି କୁହାଯାଉଛି ।