ବାଘକୁ ସ୍ଥାନାନ୍ତର ପାଇଁ ଏସ୍.ୟୁ.ସି.ଆଇ.(କମୁ୍ୟନିଷ୍ଟ)ର ଦାବି

Sep 12, 2018 - 18:25
 181
ଅନୁଗୋଳ, ୧୨/୯ (ସକାଳଖବର): ସାତକୋଶିଆ ଅଭୟାରଣ୍ୟରେ ଅଳ୍ପ ଦିନ ତଳେ ମ୍ମପ୍ରଦେଶରୁ ବାଘ ଆଣି ଛଡା ଯିବା ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ସୁରକ୍ଷା ପାଇଁ ଦାବି କରିଥିଲେ । କିନ୍ତୁ ସେମାନଙ୍କ ଦାବିକୁ ସରକାର ଓ ଜଙ୍ଗଲ ପ୍ରଶାସନ ଅଣଦେଖା କରିଛନ୍ତି । ଏପରିସ୍ଥିତିରେ ଛଡା ଯାଇଥିବା ବାଘ ସୁନ୍ଦରୀ ଆକ୍ରମଣରେ ଜଣେ ଜଙ୍ଗଲ ବିଭାଗ ୱାଚର ଗୁରୁତର ଆହତ ହୋଇଥିବାବେଳେ ଆଜି ଟିକରପଡା ରେଞ୍ଜର ହାତୀବାରୀ ଗ୍ରାମର ଜୈନେକ ମହିଳାକୁ ବାଘ ଆକ୍ରମଣ କରିବା ‘ଳରେ ତାଙ୍କର ମୃତୁ୍ୟ ହୋଇଛି । ଏହି ଘଟଣା ପରେ ସାତକୋଶିଆ ଅଞ୍ଚଳରେ ଥିବା ଗାଁଗୁଡିକର ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅଞ୍ଚଳର ଧନଜୀବନ ସୁରକ୍ଷା ଦେବାରେ ଜଙ୍ଗଲ ବିଭାଗର ଚରମ ଦାୟିତ୍ୱହୀନତାକୁ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ତୁରନ୍ତ ମଣିଷମରା ବାଘକୁ ସାତକୋଶିଆ ଅଭୟାରଣ୍ୟରୁ ସ୍ଥାନାନ୍ତର କରିବା ସହିତ ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ଜନସାଧାରଣଙ୍କ ଧନଜୀବନକୁ ସୁରକ୍ଷା ଦିଆଯାଉ ବୋଲି ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ଦାବି କରାଯାଇଛି ।