ମାଛ ମାର୍କେଟ ସ୍ଥାନାନ୍ତର ପ୍ରସଙ୍ଗ
ଅନୁଗୋଳ , ୧୨/୯ (ସକାଳଖବର): ଅନୁଗୋଳ ହେମସୁରପଡ଼ାଠାରେ ଥିବା ମାଛ ମାର୍କେଟ ସ୍ଥାନାନ୍ତର କରିବାକୁ ଅନୁଗୋଳ ଚାଇଲ୍ଡ ୱେଲଫେୟାର କମିଟି ପୌର ପରିଷଦକୁ ଚିଠି କରିଛି । ଆସନ୍ତା ୧୫ ଦିନ ମଧ୍ୟରେ ଅସ୍ୱାସ୍ଥ୍ୟକର ପରିବେଶ ସହ ବାତାବରଣ ପ୍ରଦୂଷିତ କରୁଥିବା ଉକ୍ତ ମାର୍କେଟକୁ ସ୍ଥାନାନ୍ତର କରିବାକୁ ଚିଠି (ନଂ.୫୯୨/୧୮) ନିଦେ୍ର୍ଧା ଦିଆଯାଇଛି । ଉକ୍ତ ଚିଠିରେ ନକଲ ବାଳ ସୁଧାର ଗୃହ, ସୁପରିଟେଣ୍ଡେଣ୍ଟ, ସିଡ଼ିପିଓ, ସିଡ଼ିଏମଓ, ଏସପି, ଜିଲାପାଳ ଓ ଭୂବନେଶ୍ୱରର ଓଏସସିପିଏସ ନିଦେ୍ର୍ଧଶକଙ୍କ ନିକଟକୁ ପଠାଯାଇଛି । ଚାଉଲ୍ଡ ୱେଲଫେୟାର କମିଟି ପକ୍ଷରୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟକୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଅନୁଗୋଳ ବାଳ ସୁଧାର ଗୃହ ସହିତ ଜିଲ୍ଲା ଚିକିତ୍ସାଳୟର ଶିଶୁ ବିଭାଗ ନିକଟରେ ମାଛ ମାର୍କେଟ ରହିଛି । ଫଳରେ ସେଠାରୁ ଆସୁଥିବା ଦୁର୍ଗନ୍ଧ ଯୋଗୁ ବାଳ ସୁଧାର ଗୃହର ଅନ୍ତେବାସୀ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ପାଇଁ ମଧ୍ୟ ଏହା ବିପଦପୂର୍ଣ୍ଣ । ତେଣୁ ଏହାକୁ ସ୍ଥାନାନ୍ତର କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏଥିସହ ମାଛ ବଜାରର ବ୍ୟବସାୟୀମାନେ ବାଳ ସୁଧାର ଗୃହ ନିକଟ ପୋଖରୀରେ ଆବର୍ଜନା ପକାଉଛନ୍ତି । ତେଣୁ ପରିବେଶ ଦୂଷିତ ହେଉଛି । ସୁସ୍ଥ ବାତାବରଣ ପାଇଁ ତୁରନ୍ତ ମାଛ ମାର୍କେଟ ଖୋଲା ଯାଗାକୁ ସ୍ଥାନାନ୍ତର ଅତ୍ୟନ୍ତ ଆବଶ୍ୟକ ବୋଲି କମିଟି ପକ୍ଷରୁ କୁହାଯାଇଛି । ଯଦି ଏହା ଉଠା ନଯାଏ ତାହେଲେ ଜୁଭେନାଇଲ ଆକ୍ଟ ୨୦୧୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରାଯାିଛି । ଏନେଇ ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ସାହୁ କହିଛନ୍ତି, ଚିଠି ପହଞ୍ଚିଛି । ପୌରପରିଷଦ କାଉନସିଲ ବୈଠକରେ ଏହା ପାସ ହେବା ପରେ ଯାହା କିଛି କରାଯିବ । ବର୍ତ୍ତମାନ ବିଧାନସଭା ଚାଲିଥିବାରୁ କାଉନସିଲ ବୈଠକ ହୋଇପାରିବ ନାହିଁ । ପରେ ନିଷ୍ପତ୍ତି ନିଆଯିବ । ସେହିପରି ନଗରପାଳ ଅକ୍ଷୟ କୁମାର ସାମନ୍ତ କହିଛନ୍ତି, ପୂର୍ବରୁ ଡେ଼ଲି ମାର୍କେଟରେ ମାଛ ବେପାର ହେଉଥିଲା । ପରେ ତାହା ହେମସୁରପଡ଼ାକୁ ଚାଲିଗଲା । ବର୍ତ୍ତମାନ ଯଦି ସମସସ୍ୟା ଦେଖାଯାଉଛି, ତାହେଲେ ସରକାର ଜାଗା ଦେଲେ ଆମେ ଅନ୍ୟତ୍ର ମାର୍କେଟ କରିବୁ ବୋଲି ନଗରପାଳ କହିଛନ୍ତି ।