ବର୍ଷାରେ ବେହାଲ ମାଲକାନଗିରି, ବନ୍ୟା ପରିସ୍ଥିତି

Jul 15, 2022 - 05:38
 48
ବର୍ଷାରେ ବେହାଲ ମାଲକାନଗିରି, ବନ୍ୟା ପରିସ୍ଥିତି
ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ମାଲକାନଗିରି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସିଲେରୁ ଓ ସାବେରୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମୋଟୁ ଓ ଆନ୍ଧ୍ର ସୀମାନ୍ତରେ ଥିବା କାଲେରୁ ଗାଁ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଗତ ୬ ଦିନ ଧରି ୮ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁ ସହ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମୋଟୁ ସୀମାନ୍ତରେ ଶତାଧିକ ଯାନବାହନ ଅଟକି ରହିଛି । ଗୋଦାବରୀ ନଦୀରେ ତୃତୀୟ ବିପଦ ସଂକେତ ୫୩ ଫୁଟ ରହିଥିବା ବେଳେ ବତ୍ତର୍ମାନ ସେଠାରେ ଜଳସ୍ତର ୬୫ ଫୁଟ ରହିଛି । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବାରିବାଞ୍ଛା, ବିନାୟକପୁର, ଆଲମା ଓ ମୁରଲିଗୁଡା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ମୁଗି ପଏଣ୍ଟ ଓ ପୁରୁଣା ମୋଟୁରେ ଅନେକ ଲୋକଙ୍କ ଘର ବନ୍ୟା ପାଣିରେ ବୁଡ଼ି ଯାଇଛି । ସାବେରୀ ନଦୀ କୂଳରେ ଥିବା ପଡିଆ ବ୍ଳକର ୩ଟି ଗାଁ ବଜାଗୁଡା,ଏମଭି୫୭ ଓ ଗିରକାନପାଲି ଗ୍ରାମର ୮୪ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୋଟୁ ଅଞ୍ଚଳର ଅନେକ ଲୋକେ ନିଜ ନିଜର ଘର ଦ୍ଵାର ଛାଡ଼ି ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି ।