ଖୋର୍ଦ୍ଧା-ଚଣ୍ଡିଖୋଲ ଜାତୀୟ ରାଜପଥରେ ସିସି ଟିଭି

Dec 12, 2018 - 18:35
 196
ଭୁବନେଶ୍ୱର, ୧୨/୧୨(ସକାଳଖବର): ମଦ୍ୟପ ଗାଡ଼ି ଚାଳକ ମାନଙ୍କୁ ଧରିବା ପାଇଁ ଖୋର୍ଦ୍ଧାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ସିସି ଟିଭି ଲଗାଯିବ ବୋଲି ଏଡିଜି ସନ୍ତୋଷ ଉପାଧ୍ୟାୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଷ୍ଟୁଡେଂଟ ଟ୍ରାଫିକ୍ ଭଲୁ୍ୟଂଟର ସ୍କିମ୍ ପ୍ରଚଳନ କରାଯାଇଛି । ପରୀକ୍ଷାମୂଳକ ଭାବେ କଟକ ଓ ଭୁବନେଶ୍ୱରରେ ଆରମ୍ଭ କରାଯାଇଥିଲା । ପରେ ଆଉ ୬ ଟି ଜିଲ୍ଲାକୁ ସମ୍ପ୍ରସାରଣ କରାଯାଇଥିଲା । ଏଥିରେ ସଫଳତା ଆସିଥିବାରୁ ଆଉ ୬ଟି ଜିଲ୍ଲାକୁ ସମ୍ପ୍ରସାରଣ, ସେମାନଙ୍କୁ ୟୁନିଫର୍ମ ଏବଂ ବୀମାଭୁକ୍ତ କରାଯିବ ବୋଲି ସେ କହିଛନ୍ତି ।