ଗଂଜାମ , ବୌଦ୍ଧରେ ବିଭିନ୍ନ ପ୍ରଳଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Feb 18, 2019 - 17:41
 179
ଗଂଜାମ , ବୌଦ୍ଧରେ ବିଭିନ୍ନ ପ୍ରଳଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୮/୨(ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ଗଂଜାମ ଓ ବୌଦ୍ଧ ଜିଲ୍ଳା ଗସ୍ତରେ ଯାଇ ୧,୦୭୭.୫୪ କୋଟି ଟଙ୍କାବ୍ୟୟରେ ନିର୍ମିତ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୬୨ ଟି ପ୍ରସ୍ତାବିତ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ବ୍ୟତୀତ ସମ୍ପୃକ୍ତ ଜିଲ୍ଲାରେ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିବା ସହ ୩ ଟି ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବୌଦ୍ଧଜିଲ୍ଲା କଂଟାମାଳ ବ୍ଲକ୍ ରେ ୪ ଟଇ ହାଇଲେଭଲ ସେତୁ , ୬ ଟି ପ୍ରକଳ୍ପ ଏବଂ ୪ ଟି ୧୦୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ ଓ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ବୌଦ୍ଧ ଓ ହରଭଙ୍ଗା ବ୍ଲକ୍ ରେ ୪ ଟି ସେତୁ , ୩ଟି ସଡକ ପ୍ରକଳ୍ପ, ୧୨ ଟି ହଷ୍ଟେଲ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କରିଥିଲେ । ଏହା ବ୍ୟତୀତ ପ୍ରସ୍ତାବିତ ୫ ଟି ସେତୁ , ୧୩ ଟି ସଡକ ପ୍ରକଳ୍ପ , ୫ ଟି ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ଗଂଜାମ ଜିଲ୍ଲାର ଭଂଜନଗର ଠାରେ ୩ ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୨୪ ଟି ପ୍ରସ୍ତାବିତ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ବୌଦ୍ଧ ଜିଲ୍ଲାର କଂଟାମାଳ ଓ ହରଭଙ୍ଗା ବ୍ଲକ୍ ରେ ୯୬୯.୫୯ କୋଟି ଟଙ୍କା ରେ ନିର୍ମିତ ପ୍ରକଳ୍ପର ଉଦଘଟନ ଓ ଶିଳାନ୍ୟାସ କରିଥିବା ବେଳେ ଭଂଜନଗରରେ ୧୦୭.୯୫ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଏବଂ ଶିଳ୍ୟାସ କରିଥିଲେ ।