୧୨ ଘଂଟିଆ ବନ୍ଦ ପାଳିଲେ ଚାଷୀ

Feb 21, 2019 - 18:48
 177
୧୨ ଘଂଟିଆ ବନ୍ଦ ପାଳିଲେ ଚାଷୀ
ଭୁବନେଶ୍ୱର, ୨୧/୨(ସକାଳଖବର): ପ୍ରେଷ୍ଟିଜ୍ , ପ୍ରାଇସ୍ ଓ ପେନସନ୍ ଆଦି ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ୧୨ଘଂଟିଆ ବନ୍ଦ ପାଳନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି । ଆନେ୍ଦାଳନକାରୀମାନେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ । ତେବେ ରାଜଧାନୀ ଭୁବନେଶ୍ୱରରେ ବନ୍ଦର ଆଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ରେଳଷ୍ଟେସନରେ ଟ୍ରେନ୍ ଯାତାୟତ ସ୍ୱାଭାବିକ ରହିଥିଲା । ମାତ୍ର ବସ୍ , ଟ୍ରକ୍ ଓ ଅଟୋ ଚଳାଚଳ ପ୍ରାୟତଃ ବନ୍ଦ ରହିଥିଲା । ଭୁବନେଶ୍ୱରରେ ପଟିଆ-ନନ୍ଦନକାନ ରାସ୍ତା, ମାଷ୍ଟର କ୍ୟାଂଟିନ ଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ନବର୍ନିମାଣ କୃଷକ ସଂଗଠନର ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଗାଡି ଚଳାଚଳରେ ଅସୁବିଧା ହୋଇଥିଲା । ଅପରପକ୍ଷରେ ପୋଲିସ୍ ଆନେ୍ଦାଳନକାରୀ ଚାଷୀଙ୍କୁ ଉଠାଇ ନେଇ ଗିରଫ କରିଥିଲା । ତେବେ ·ଷୀଙ୍କ ଗିରଫ ପରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଦମନ କରି ଆନେ୍ଦାଳନକୁ ରୋକାଯାଇପାରିବ ନାହିଁ । ବନ୍ଦର ପ୍ରଭାବ ଫିକା ପଡ଼ିନି । ସାରା ରାଜ୍ୟରେ ବନ୍ଦର ପ୍ରଭାବ ପଡ଼ିଛି । ସରକାର ଦମନଲୀଳା ଚଳାଇ ·ଷୀ ଆନେ୍ଦାଳକୁ ରୋକିବା ପାଇଁ ·ହୁଁଛନ୍ତି । ପ୍ରାଇସ୍, ପ୍ରେଷ୍ଟିଜର ଆନେ୍ଦାଳନକୁ ଶେଷ କରିବା ପାଇଁ ଚେଷ୍ଟା କରାଯାଉଛି, ଯାହା ଅସମ୍ଭବ । ଅନେ୍ଦାଳନକୁ ରୋକିବା ପାଇଁ ·ହିଁଲେ ତାହାର ପ୍ରଭାବ ଅଧିକ ପଡ଼ିବ ।ହିଂସା ନୁହେଁ ଅହିଂସାରେ ଆନେ୍ଦାଳନ କରାଯାଉଛି । ଛାତ୍ରଛାତ୍ରୀଙ୍କ ସ୍କୁଲ ବସକୁ ଅଟକାଯାଇନି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନ ନେଇ ପ୍ରତିକ୍ରିୟା ରଖି କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଆନେ୍ଦାଳନ ବନ୍ଦ୍ କରିବାକୁ ସରକାର ଅନୁରୋଧ କରିିଥିଲେ । ଏହା ସାମୁହିକ ଅନୁରୋଧ ଥିଲା ବ୍ୟକ୍ତିଗତ ନଥିଲା । ତେବେ ସଂଗଠନର ବନ୍ଦ ପାଳନ କେତେ ଯୁକ୍ତିଯୁକ୍ତ ତାହା ଲୋକେ କହିବେ । ·ଷୀ ମାନଙ୍କ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଆନେ୍ଦାଳନର ମାନେ କିଛି ନାହିଁ ବୋଲି ସେ କହିଛନ୍ତି । ଭୁବନେଶ୍ୱରରେ ସକାଳୁ ସକାଳୁ ପ୍ରେଷ୍ଟିଜ୍ , ପ୍ରାଇସ୍ ଓ ପେନସନ୍ ସମେତ ଏମଏସପି ବୃଦ୍ଧି , ଶୀତଳ ଭଣ୍ଡାର ଇଦ୍ୟାଦି ଦାବି ନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇଥିଲେ । ପୋଲିସ୍ ବିଭିନ୍ନ ସ୍ଥାନରୁ ୭୦ ଜଣ ·ଷୀଙ୍କୁ ଗରିଫ କରିଥିଲା । କଳ୍ପନା ଓ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ·ଷୀଙ୍କୁ ପୋଲିସ୍ ଉଠାଇ ନେଇଥିଲା । ସହରରରେ ଜନଜୀବନ ଆଶିଂକ ବାଧାପ୍ରାପ୍ତ ହୋଇଥିଲା । ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯାଇନପାରି ହଇରାଣ ହୋଇଥିଲେ । କଟକରେ ମଧ୍ୟ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତା ବନ୍ଦ ପାଳନ କରିଥିଲେ । ବାଲିକୁଦା ଛକ ନିକଟରେ ରାସ୍ତା ଅବରୋଧ ଯୋଗୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା । ସେହିପରି ବ୍ରହ୍ମପୁରରେ ବି ଚାଷୀମାନେ ବନ୍ଦ ପାଳନ କରିଥିଲେ । କନିଷି ଛକରେ ସଂଗଠନର କର୍ମକର୍ତା ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ ଯୋଗୁ ଦୁଇ ପଟୁ ଗାଡି ଚଳାଚଳ ବନ୍ଦ ରହିଥିଲା । ପୋଲିସ ଆନେ୍ଦାଳନକାରୀଙ୍କୁ ହଟାଇବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।ସେହିପରି କେନ୍ଦୁଝରରେ ୨୧୫ ଓ ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବାଲେଶ୍ୱରରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନେ ବନ୍ଦ ପାଳନ କରଥିଲେ ।