ବନ୍ୟପ୍ରାଣୀ ଆଇନ ଉଲଙ୍ଘନକାରିଙ୍କୁ ଗିରଫ ଦାବି

Jul 15, 2018 - 14:22
 175
ବାରିପଦା,୧୪/୦୭(ସକାଳଖବର): ନିର୍ଦ୍ଧିଷ୍ଟ କେତେକ ବନ୍ୟପ୍ରାଣୀ ଆଇନ ଉଲଂଘନକାରୀଙ୍କୁ ଦୁଇଦିନ ମଧ୍ୟରେ ଗିରଫ କରିବା ଦାବିରେ ଗତକାଲି ଅପରାହ୍ନରେ ଶିମିଳିପାଳ ଅଭିଯାନ ସୁରକ୍ଷା ମଂଚର ସଭ୍ୟସଭ୍ୟାମାନଙ୍କ ଦ୍ୱାରା ବାରିପଦାସ୍ଥିତ ଡିଭିଜନାଲ ଫରେଷ୍ଟ ଅଫିସର, ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଦାବୀପତ୍ର ପ୍ରଦାନ କରାଯାଇଛି । ଭିକ୍ଷୋଭକାରୀମାନେ ଦାବୀପତ୍ର ସହିତ ବନ୍ୟପ୍ରାଣୀ ଆଇନ ଉଲଂଘନକାରୀମାନଙ୍କର ବେଆଇନ କାର୍ଯ୍ୟକଳାପର ପ୍ରମାଣ ସ୍ୱରୂପ ସ୍ଥିରଚିତ୍ର ଓ ଭିଡିଓ ସମ୍ବଳିତ ଏକ ସିଡି ମ୍ମ ପ୍ରଦାନ କରିଥିବାର ସୂଚନା ମିଳିଛି ।