୭୦ ହଜାରରୁ ଅଧିକ ଲୋକଙ୍କୁ ହେଲ୍ମେଟ୍ର ବ୍ୟବହାର ଉପରେ ସଚେତନ କରିଛି ହୋଣ୍ଡା

May 3, 2018 - 13:49
 145
୭୦ ହଜାରରୁ ଅଧିକ ଲୋକଙ୍କୁ ହେଲ୍ମେଟ୍ର ବ୍ୟବହାର ଉପରେ ସଚେତନ କରିଛି ହୋଣ୍ଡା
ଭୁବନେଶ୍ୱର, ୨/୫: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ମେଗା ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ପାଳନ କରାଯାଇଛି । ସାରା ଭାରତରେ ହେଲମେଟ୍୍ଅନ୍ଲାଇଫ୍ଅନ୍ ଅଭିଯାନରେ ହୋଣ୍ଡା ପକ୍ଷରୁ ୭୦ ହଜାରରୁ ଅଧିକ ଲୋକଙ୍କୁ ହେଲମେଟ୍ ପିନ୍ଧିବାର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଛି । ସିଆମ୍-ସେଫ ସହଯୋଗରେ କାମ କରି ହୋଣ୍ଡା ପକ୍ଷରୁ ସମସ୍ତ ବୟସ ବର୍ଗର ଲୋକଙ୍କ ସହ ସଂପର୍କ ସ୍ଥାପନ କରାଯାଇଛି । ଏହି ସପ୍ତାହ ଭିତରେ ହେଲମେଟ୍ଅନ୍୍ଲାଇଫ୍୍ଅନ୍ ଅଭିଯାନରେ ୧୨ଟି ଟ୍ରାଫିକ୍ ତାଲିମ ପାର୍କରେ ହୋଣ୍ଡା ପକ୍ଷରୁ ସ୍ୱତନ୍ତ୍ର ତାଲିମ ହାସଲ କରିଥିବା ସଡ଼କ ସୁରକ୍ଷା ପରାମର୍ଶଦାତା ଓ କଂପାନିର ୫୭୦୦ରୁ ଅଧିକ ଟଚ୍ପଏଂଟ୍ରେ ଲୋକମାନଙ୍କୁ ସଚେତନ କରାଯାଇଛି । ସଡ଼କ ସୁରକ୍ଷା ପ୍ରତି ହୋଣ୍ଡାର ରହିଥିବା ପ୍ରତିଶ୍ରୁତି ବିଷୟରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ଉପ ସଭାପତି, ବ୍ରାଣ୍ଡ୍ ଓ ଯୋଗାଯୋଗ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଉଭୟ ବିଶ୍ୱ ଓ ଭାରତରେ ସଡ଼କ ସୁରକ୍ଷା ସଚେତନତା ହେଉଛି ହୋଣ୍ଡାର ପ୍ରାଥମିକତା । ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣାରେ ୫୦% ହ୍ରାସ କରିବା ପାଇଁ ସରକାରଙ୍କର ରହିଥିବା ଲକ୍ଷ୍ୟ ପ୍ରତି ଆମେ ପ୍ରତିଶ୍ରୂତିବଦ୍ଧ । ଏକ ଦାୟିତ୍ୱବାନ ଦୁଇ ଚକିଆ ଯାନ କଂପାନି ଭାବେ ହୋଣ୍ଡା ପକ୍ଷରୁ ଭାରତୀୟ ସଡ଼କକୁ ସୁରକ୍ଷିତ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆମେ ହେଲମେଟ୍ଅନ୍୍ଲାଇଫ୍ଅନ୍ ଅଭିଯାନରେ ସଡ଼କ ସୁରକ୍ଷାକୁ ଏକ ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଚାହୁଁଛୁ । ଆମେ ସଫଳତାର ସହ ୭୦୦୦୦ରୁ ଅଧିକ ସଡ଼କ ବ୍ୟବହାରକାରୀଙ୍କ ପାଖରେ ପହଂଚିପାରିଛୁ । ଏହାକୁ ସଫଳ କରିବାରେ ସହଯୋଗ କରିଥିବା ସିଆମ୍ ଓ ସାରା ରାଜ୍ୟର ସରକାରୀ କର୍ତୃପକ୍ଷଙ୍କ ପ୍ରତି ଆମେ କୃତଜ୍ଞତା ଜଣାଉଛୁ । ଏହି ସପ୍ତାହେରେ ସ୍କୁଲ, କଲେଜ ଓ କର୍ପୋରେଟ୍ଗୁଡ଼ିକର ସହାୟତାରେ ରାଇଡିଂ ଟ୍ରେନର ଷ୍ଟିମୁଲେଟର ଅଧିବେଶନ, ନିରାପତା କୁଇଜ୍ ଓ ନିରାପତା ଶପଥ ପାଠ ଆଦି ଆୟୋଜନ କରାଯାଇଥିଲା । ହୋଣ୍ଡାର ୧୨ଟି ଟ୍ରାଫିକ୍ ତାଲିମ ପାର୍କରେ ହେଲମେଟ୍ର ବ୍ୟବହାର ଓ ବିଭିନ୍ନ ସଡ଼କ ସୁରକ୍ଷା ଦିଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ସୁରକ୍ଷିତ ବ୍ରେକ୍ ପ୍ରଦାନ କିବା, ଗାଡ଼ି ଚଲାଇବା ବେଳେ ଠିକ୍ ଭାବେ ବସିବା ଉପରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା । ନୂଆ ଗାଡ଼ିଚାଳକଙ୍କୁ ମଧ୍ୟ ସଠିକ୍ ଗିୟରରେ ଗାଡ଼ି ଚଲାଇବାକୁ ପରାମର୍ଶ ଦିଆଯାଇଥିଲା ।