ଆଦାନୀ ଧାମରା ପୋର୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

Jul 29, 2019 - 18:25
 120
ଭଦ୍ରକ, ୨୯/୭(ସକାଳଖବର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଞ୍ଚଳିକ ଗୋଷ୍ଠୀ ସମୂହ ନିକଟରେ ପହଞ୍ଚିବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନର ସିଏସ୍ଆର୍ ୱିଙ୍ଗ ଆଦାନୀ ଗ୍ରୂପ, ବିଦୁ୍ୟତ୍ପ୍ରଭା ଗ୍ରାମ କମିଟି, ଦୋସିଙ୍ଗା ଗ୍ରାମ ପଞ୍ଚାୟତର ମିଳିତ ଆନୁକୂଲ୍ୟ ଏବଂ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲର ସହାୟତା କ୍ରମେ ଏକ ସ୍ୱାସ୍ଥ୍ୟସେବା ଶିବିର ବିଦୁ୍ୟତ୍ପ୍ରଭା ଗ୍ରାମର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟସେବା ଶିବିରକୁ ସମାଜସେବୀ ଅନନ୍ତ କୁମାର ଜେନା ଉଦ୍ଘାଟନ କରିଥିଲେ । ଏହି ଅବସରରେ ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ (ପିଆର୍ଆଇ), ବୁଦ୍ଧିଜୀବୀ, ଆପୋଲ ହସ୍ପିଟାଲର ପ୍ରତିନିଧିମଣ୍ଡଳୀ, ଧାମରା ପୋର୍ଟ ଏବଂ ଆଦାନୀ ଫାଉଣ୍ଡେସନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ସୁବ୍ରତ ତି୍ରପାଠୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଧାମରା ପୋର୍ଟ, ସ୍ଥାନୀୟ ପଞ୍ଚାୟତ, ଜିଲା ପ୍ରଶାସନ ଏବଂ ଆପୋଲ ହସ୍ପିଟାଲ ଦ୍ୱାରା ନିଆଯାଇଥିବା ଏହି ପ୍ରୟାସ ଏବଂ ସହଯୋଗକୁ ଉତ୍ସାହିତ କରିବାକୁ ଯାଇ କହିଥିଲେ ଯେ, ଧାମରା ପୋର୍ଟ କମ୍ପାନୀ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜିବୀକା ଏବଂ ଗୋଷ୍ଠୀ ସମୂହ ଭିତ୍ତିଭୂମି ବିକାଶ ସମ୍ବନ୍ଧୀୟ ୪ଟି କ୍ଷେତ୍ର ପାଇଁ ସହଯୋଗ କରିଆସୁଅଛି । ମିଳିତ ସହଭାଗିତାରେ ଯୋଗାଇ ଦିଆଯାଉଥିବା ସେବାଗୁଡ଼ିକରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଏବଂ ଯୋଗଦାନ ଧାମରା ପୋର୍ଟକୁ ବେଶ୍ ମଜଭୁଦ ଏବଂ ଅନୁପ୍ରାଣିତ କରିଛି । ଏହି ସ୍ୱାସ୍ଥ୍ୟ ଶିବିରରେ ଆପୋଲ ହସ୍ପିଟାଲ, ଭୁବନେଶ୍ୱରର ସହଯୋଗ ହେଉଛି ଏହାର ଏକ ଉଦାହରଣ । ଗତ ଦୁଇ ବର୍ଷ ଧରି ଆପୋଲ ହସ୍ପିଟାଲ ଆଦାନୀ ଫାଉଣ୍ଡେସନର ସହଭାଗୀ ଭାବେ କାର୍ଯ୍ୟ କରିଆସୁଅଛି ଏବଂ ଆଗାମୀ ଦିନରେ କର୍କଟ ଓ ଚକ୍ଷୁ ସମ୍ବନ୍ଧୀୟ ଚିକିତ୍ସା କ୍ଷେତ୍ରରେ ସ୍ୱତନ୍ତ୍ର ସେବା ଯୋଗାଇ ଦେବେ ବୋଲି ଆମେ ଆଶା କରୁଛୁ ବୋଲି ସେ କହିଥିଲେ । ପ୍ରାୟ ୬୫୦ ସ୍ଥାନୀୟ ଏବଂ ନିକଟସ୍ଥ ବିଦୁ୍ୟତପ୍ରଭା ଗ୍ରାମର ଗ୍ରାମବାସୀ ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗଦେବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଶିବିରରେ ଅର୍ଥୋପେଡିକ୍ସ, କାର୍ଡିଓଲୋଜୀ, କର୍କଟ, ଓଆଣ୍ଡଜି, ଇସିଜି, ରକ୍ତପରୀକ୍ଷା ଏବଂ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।