ପ୍ୟାକ୍ସ ସଂପାଦକ ଦେବେ ବାର୍ଷିକ ସମ୍ପତି ତାଲିକା

Aug 22, 2019 - 06:44
 82
ଭୁବନେଶ୍ୱର,୨୧/୮(ସକାଳଖବର): ଓଡ଼ିଶା ସମବାୟ ସମିତି ଆଇନ ୧୯୬୨ର ଧାରା ୩୩-ଏ(ବି) ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସମିତିରେ କାର୍ଯ୍ୟରତ ସଂପାଦକମାନଙ୍କୁ ବାର୍ଷିକ ସଂପତି ତାଲିକା ଦେବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏହି ମର୍ମରେ ସମବାୟ ସମିତି ସମୂହର ନିବନ୍ଧକଙ୍କ ଦ୍ୱାରା ସମସ୍ତ ଡିଭିଜନାଲ, ଡେପୁଟି ରେଜିଷ୍ଟ୍ରାର ଏବଂ ଆସିଷ୍ଟାଂଟ ରେଜିଷ୍ଟ୍ରାରଙ୍କୁ ପତ୍ର ଜାରି କରାଯାଇଛି । ଏହି ପତ୍ର ଅନୁଯାୟୀ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି, ଲ୍ୟାମ୍ପସ୍ ଏବଂ ଏଫ୍ଏସ୍ସିଏସ୍ରେ କାର୍ଯ୍ୟକରୁଥିବା ସଂପାଦକମାନଙ୍କୁ ନିର୍ଦ୍ଧାରିତ ଫର୍ମାଟରେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ସେମାନଙ୍କର ସ୍ଥାବର, ଅସ୍ଥାବର ସଂପତିର ବିବରଣୀ ସଂପୃକ୍ତ ଆସିଷ୍ଟାଂଟ ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟିଙ୍କ ନିକଟରେ ଦାଖଲ କରିବେ । ଏଥି ସହିତ ନିଦେ୍ର୍ଧଶାଳୟର ଅବଗତି କ୍ରମେ ଏହାର ଏକ ନକଲ ସମବାୟ ସମିତି କାର୍ଯ୍ୟାଳୟରେ ରଖିବା ପାଇଁ କୁହାଯାଇଛି ।