ଭାରତୀୟ ଯୁବତୀଙ୍କୁ ବିବାହ କଲେ ପାକିସ୍ତାନୀ କ୍ରିକେଟର

Aug 22, 2019 - 06:43
 168
ନୂଆଦିଲ୍ଲୀ , ୨୧/୮(ସକାଳଖବର): ପୁଣି ଥରେ ଜଣେ ପାକିସ୍ତାନୀ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରିଛନ୍ତି । ଏହି କ୍ରିକେଟର ଜଣକ ହେଲେ ପାକିସ୍ତାର ଫାଷ୍ଟ୍ ବୋଲର ହସନ୍ ଅଲ୍ଲୀ । ହସନ୍ ଭାରତୀୟ ଯୁବତୀ ସାମିୟା ଆରଜୁଙ୍କ ସହ ମଙ୍ଗଳବାର ଦିନ ଦୁବାଇରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ସେଲିବ୍ରିଟି ଯୋଡିଙ୍କ ବିବାହ ବେଳର ଫଟୋ ଭାଇରାଲ୍ ହେବାରେ ଲାଗିଛି । ରିପୋର୍ଟ ମୁତାବକ ୨୬ ବର୍ଷୀୟ ସାମିୟା ହରିୟାଣାର ହୋଇଥିବା ବେଳେ ଅମିରାତ ଏୟାରଲାଇନ୍ସରେ ଫ୍ଲାଇଟ୍ ଇଂଜିନିୟର ଭାବେ କର୍ଯ୍ୟରତ ଅଛନ୍ତି । ସାମିୟାଙ୍କ ପରିବାର ଦିଲ୍ଲୀରେ ରହୁଛନ୍ତି । ୨୫ ବର୍ଷୀୟ ବୋଲର ହସନ୍ ନିଜ ଟ୍ୱିଟର ଆକାଉଂଟରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ “ବ୍ୟାଚଲର ଭାବେ ଶେଷ ରାତି” । ସେ ନିଜ ମେହେନ୍ଦୀ କାର୍ଯ୍ୟକ୍ରମର ଭିଡିଓ ମଧ୍ୟ ସେୟାର କରିଛନ୍ତିି । ହସନ୍ ଅଲୀଙ୍କ ବିବାହରେ ଭାରତୀୟ କି୍ରକେଟରମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ତେବେ କୌଣସି ଭାରତୀୟ କ୍ରିକେଟର ତାଙ୍କ ବିବାହରେ ଯୋଗ ଦେଇ ନଥିଲେ ।