ପ୍ରଫେସର ପ୍ରଭାତ ନଳିନୀ ଦାସଙ୍କ ପରଲୋକ

Nov 14, 2018 - 18:07
 142
ପ୍ରଫେସର ପ୍ରଭାତ ନଳିନୀ ଦାସଙ୍କ ପରଲୋକ
ଭୁବନେଶ୍ୱର,୧୪/୧୧ (ସକାଳଖବର): ଉକ୍ରଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ପୂର୍ବତନ ମୁଖ୍ୟ ତଥା ପ୍ରଫେସର ପ୍ରଭାତ ନଳିନୀ ଦାସଙ୍କର ବୁଧବାର ପୂର୍ବାହ୍ନ ୧୧ଟାରେ ତାଙ୍କ ଏ-୩୧୫ , ସହିଦ ନଗର ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ତାଙ୍କ ବିୟୋଗ ଖବର ପାଇବା ପରେ ବହୁ ବନ୍ଧୁବାନ୍ଧବ ଏବଂ ପୁରାତନ ଛାତ୍ରମାନେ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରଫେସର ଦାସ ୧୯୨୭ ମସିହା ଡିସେମ୍ବର ୧୯ ତାରିଖରେ ଜନ୍ମ ଗ୍ରହଣ ଥିଲେ । ୧୯୪୪ରେ ରେଭେନ୍ସା ଗାର୍ଲସ୍ ସ୍କୁଲରୁ ମାଟ୍ରିକ୍ ଓ ୧୯୪୮ରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଏବଂ ୧୯୫୦ରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକତୋର ହାସଲ କରିଥିଲେ । ସେ ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଲେଡି ଶ୍ରୀରାମ କଲେଜର ଇଂରାଜୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏଥିସହ ସେ ଆଇଆଇଟି କାନପୁର, ରାଂଚି ବିଶ୍ୱବିଦ୍ୟାଳୟ,ଉକ୍ରଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଭାଷାସାହିତ୍ୟ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟକରି ଆମେରିକାର ନର୍ଥ ହିଲ୍ ବିଶ୍ୱ ବିଦ୍ୟାଳୟର ପ୍ରୋ-ଭାଇସ·ନ୍ସେଲର୍ ଭାବେ ଅବସ୍ଥାପିତ ହୋଇଥିଲେ । ସେ ଇଂରାଜୀରେ ଅନେକଗୁଡ଼ିଏ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ୧୯୬୯ ମସିହାରେ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ଇଂରାଜୀ ବିଭାଗ ସ୍ଥାପନ ହେବା ଦିନଠାରୁ ଶ୍ରୀମତୀ ଦାସ ବିଭାଗୀୟ ମୁଖ୍ୟ ଭାବରେ ଦୀର୍ଘ ୨୮ବର୍ଷ ଧରି କାର୍ଯ୍ୟ କରିଥିଲେ । ସେତେବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟର ଯେକୌଣସି ବିଭାଗର ସେ ଥିଲେ ପ୍ରଥମ ମହିଳା ମୁଖ୍ୟ । ଜଣେ ଛାତ୍ର ବତ୍ସଳ ଓ ଦକ୍ଷ ଅଧ୍ୟାପିକା ଭାବରେ ତାଙ୍କର ବେଶ୍ ସୁନାମ ଓ ଖ୍ୟାତି ରହିଥିଲା । ଓଡ଼ିଶାର ପୂର୍ବତନ ଉଚ୍ଚଶିକ୍ଷା ନିଦେ୍ର୍ଧଶକ ତଥା ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିଧୁଭୂଷଣ ଦାସଙ୍କର ସେ ସହଧର୍ମିଣୀ ଥିଲେ । ତାଙ୍କ ବିୟୋଗରେ ବାଣୀ ବିହାର ଇଂରାଜୀ ବିଭାଗରେ ଗଭୀର ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ବିଦେଶରେ ଥିବା ତାଙ୍କର ଏକମାତ୍ର ପୁତ୍ର ଓ କନ୍ୟାମାନେ ପହଂଚିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।