ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC

Jan 26, 2022 - 05:37
 126
ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
ଭୁବନେଶ୍ବର ୨୬।୧: ରାଜ୍ୟରେ କରୋନା ପରିସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା । ସେ କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ସଂକେତ ମିଳିଲାଣି । କିଛି ଦିନ ହେଲା ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୦ହଜାର ତଳେ ରହୁଛି । ଆଶା କରୁଛୁ ଆଗକୁ ପରିସ୍ଥିତିରେ ଉନ୍ନତି ଆସିବ । କରୋନା ମାର୍ଗଦର୍ଶିକା ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଏସଆରସି । ଫେବ୍ରୁଆରୀରେ କଟକଣା ବଢିବ କିମ୍ବା କୋହଳ ହେବ ସେ ନେଇ ବିଶେଷଜ୍ଞ କହିବେ ବୋଲି ପ୍ରଦୀପ୍ତ ଜେନା କହିଛନ୍ତି ।