ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମିଳିତ ଜାତିସଂଘ ସାଧାରଣ ପରିଷଦର ନିର୍ବାଚିତ ଅଧ୍ୟକ୍ଷ

Aug 10, 2018 - 18:44
 259
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମିଳିତ ଜାତିସଂଘ ସାଧାରଣ ପରିଷଦର ନିର୍ବାଚିତ ଅଧ୍ୟକ୍ଷ
ଭୁବନେଶ୍ୱର, ୧୦/୮ (ସକାଳଖବର):ମିଳିତ ଜାତିସଂଘ ସାଧାରଣ ପରିଷଦର ନିର୍ବାଚିତ ଅଧ୍ୟକ୍ଷ ସୁଶ୍ରୀ ମାରିଆ ଫର୍ଣ୍ଣାଡା ଏସ୍ପିନୋସା ଗାର୍ସେସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ୭୩ତମ ମିଳିତ ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ସୁଶ୍ରୀ ଏସ୍ପିନୋସାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସୁଶ୍ରୀ ଏସ୍ପିନୋସା ମିଳିତ ଜାତିସଂଘ ସାଧାରଣ ପରିଷଦର ପରବର୍ତ୍ତୀ ଅଧିବେଶନ ଲାଗି ନିଜର ପ୍ରାଥମିକତାଗୁଡ଼ିକ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ନୂତନ ଉତ୍ତରଦାୟିତ୍ୱ ନିର୍ବାହ କରିବାରେ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ଏବଂ ସୃଜନାତ୍ମକ ସହଯୋଗ ଲାଗି ଆଶ୍ୱାସନା ଦେଇଥିଲେ । ସେ ଆତଙ୍କବାଦ, ମିଳିତ ଜାତିସଂଘରେ ସଂସ୍କାର ଏବଂ ଜଳବାୟୁ ପରିବର୍ତ୍ତନ ସହିତ ପ୍ରମୁଖ ଜାଗତିକ ଆହ୍ୱାନ ଉପରେ ମିଳିତ ଜାତିସଂଘ ପକ୍ଷରୁ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।