ଜିଲାପାଳଙ୍କ ଦ୍ୱାରା ବିଭିନ୍ନ ଶିଶୁ ଗୃହ ପରିଦର୍ଶନ

Aug 10, 2018 - 18:19
 188
ଜିଲାପାଳଙ୍କ ଦ୍ୱାରା ବିଭିନ୍ନ ଶିଶୁ ଗୃହ ପରିଦର୍ଶନ
ଅନୁଗୋଳ,୧୦/୮ (ସକାଳଖବର): ଜିଲାରେ ଥିବା ବିଭିନ୍ନ ଶିଶୁ ଗୃହ ଓ ସ୍ୱଧାର ଗୃହ କିପରି ଚାଲିଛି ଓ ଅନ୍ତେବାସୀମାନଙ୍କର ସଠିକ୍ ଭାବେ ଯନô ନିଆଯାଉଛି କି ନାହିଁ ଏହାର ତଦାରଖ ନିମନ୍ତେ ଆଜି ଜିଲାପାଳ ପୁର୍ବାହ୍ନରେ ଏହି ସବୁ ଗୃହକୁ ଅଚାନକ ପରିଦର୍ଶନ କରିଛନ୍ତି । ପଞ୍ଚମହଲାଠାରେ ଥିବା ଆଦୃତା ଶିଶୁ ଗୃହକୁ ଜିଲାପାଳ ପରିଦର୍ଶନରେ ଯାଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଏଠାରେ ରହୁଥିବା ୨୨ ଜଣ ପିଲାଙ୍କର ସ୍ୱାସ୍ଥ୍ୟ, ରହିବା ଓ ଖାଦ୍ୟ ପାନୀୟର ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସ୍ୱଧର ଗୃହକୁ ପରିଦର୍ଶନ କରି ଏଠାରେ ରହୁଥିବା ୨୧ ଜଣ ଅସହାୟ ମହିଳା ଓ ଛୋଟ ପିଲାଙ୍କ ସହ ସେମାନଙ୍କର ସ୍ୱାସ୍ଥ୍ୟ ଓ ଖାଦ୍ୟପାନୀୟ ସମ୍ପର୍କରେ ଆଲୋଚନା କରିଥିଲେ । ସରୋଜିନୀ ହେଲ୍ଥ କେୟାରକୁ ପରିଦର୍ଶନ କରି ଚିକିସôା ପଦ୍ଧତି ସମ୍ପର୍କରେ ଅବଗତ ହେବା ସହ ଶିଶୁ ଜନ୍ମ ରେଜିଷ୍ଟରକୁ ତନଖି କରିଥିଲେ । ଏହି କ୍ଲିନିକ୍ରେ ମାସକୁ ହାରାହାରି ୧୦୦ ଜଣ ଶିଶୁ ଜନ୍ମ ହେଉଥିବା ସମ୍ପର୍କରେ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଶିଶୁ ଜନ୍ମ ସମ୍ପର୍କରେ ନିୟମିତ ତଥ୍ୟ ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରଦାନ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି । ପରେ ପରେ ଜିଲାପାଳ ଜିଲା ମୁଖ୍ୟ ଚିକିସôାଳୟରେ ଜିଲାର ପ୍ରଥମ କାଡର଼୍ାଇଲ ବେବି ପଏଣ୍ଟକୁ ଉଦ୍ଘାଟନ କରିଥିଲେ । ଜନ୍ମ କଲାପରେ ପରିତ୍ୟକ୍ତ ଅବସ୍ଥାରେ ଏଣେତେଣେ ଶିଶୁଟିକୁ ନରଖି ଏଠାରେ ସୁରକ୍ଷିତ ଭାବେ ରଖାଗଲେ ପିଲାଟିକୁ ତୁରନ୍ତ ନିଆଯାଇ ତାହାର ଯନô ଓ ଚିକିସôା କରାଯିବ । ଉଦେ୍ଧଶ୍ୟରେ ଏହା ପ୍ରତିଷ୍ଠିତ ହୋଇଛି ।