ମୋଦିଙ୍କ ଯୋଜନାକୁ ନିଜ ନାଁରେ ପ୍ର·ର କରୁଛନ୍ତି ରାଜ୍ୟ ସରକାର :ଧର୍ମେନ୍ଦ୍ର

Jan 14, 2019 - 18:00
 175
ମୋଦିଙ୍କ ଯୋଜନାକୁ ନିଜ ନାଁରେ ପ୍ର·ର କରୁଛନ୍ତି ରାଜ୍ୟ ସରକାର :ଧର୍ମେନ୍ଦ୍ର
ଭୁବନେଶ୍ୱର,୧୪/୧(ସକାଳଖବର): ଅଙ୍ଗନବାଡି ଭଉଣୀ ମାନଙ୍କୁ କେନ୍ଦ୍ର ସରକାର ୨୦୧୮ ମସିହା ସେପ୍ଟେମ୍ବର ୧୫୦୦ ଟଙ୍କା ମାନଧନ ବୃଦ୍ଧି ପାଇଁ ନିଷ୍ପତି ନେବାସହ ଏହାକୁ ଅକ୍ଟୋବର ୨୦୧୮ ମସିହାରୁ କ୍ରିୟାନ୍ୱୟନ ପାଇଁ ରାଜ୍ୟ ସରକାର ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ରାଜ୍ୟର ବିଜେଡି ସରକାର କେନ୍ଦ୍ର ସରକାରଙ୍କର ଏହି ପୁରୁଣା ନୀତିଗତ ନିର୍ଣ୍ଣୟ ଓ ଘୋଷଣାକୁ ଦୀର୍ଘଦିନ ଧରି କାର୍ଯ୍ୟକାରୀ ନକରି ପକାଇ ରଖିଥିଲେ । ଏବେ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ଦ୍ଧିତ ଦରମାକୁ ନିଜର ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ବାହାବା ନେବାପାଇଁ ଅପଚେଷ୍ଟା କରୁଛନ୍ତି । ରାଜ୍ୟରେ ଏକ ମିଛୁଆ ରାଧୁଆ ସରକାର ·ଲିଛି । ସାଧାରଣ ଓଡିଆ ଲୋକ ଏହାର ଜବାବ ମାଗୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପରଘର ତିଅଣରେ ଅତିଥି ସକ୍ରାର କରିବାରେ ଓଡିଶାର ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ । ରାଜ୍ୟ ସରକାରଙ୍କ ଠାରୁ ଅଧିକ ଆର୍ଥିକ ରାଶି ପାଇବା ଅଙ୍ଗନବାଡି ଭଉଣୀ ମାନଙ୍କର ଅଧିକାର । ବିଭିନ୍ନ ରାଜ୍ୟ ସେମାନଙ୍କ ନିଜସ୍ୱ ବଜେଟରୁ ଅଧିକା କାମ ପାଇଁ ଅଧିକ ଅର୍ଥ ଯୋଗାଇ ଦେଉଛନ୍ତି । ବିଜେପି ଶାସିତ ହରିୟାଣାରେ ଅଙ୍ଗନବାଡି ଭଉଣୀ ମାନଙ୍କର ମାସିକ ମାନଧନ ୧୩ ହଜାର ଟଙ୍କା । ରାଜ୍ୟ ସରକାର ଏବେଏବେ ଅଙ୍ଗନବାଡି ଭଉଣୀ ମାନଙ୍କୁ ପିଠା, କାଳିଆ ଯୋଜନା ଆଦି କାର୍ଯ୍ୟକ୍ରମରେ ଲଗାଇଛନ୍ତି । ୧୩ ହଜାର ଟଙ୍କା ନହେଲେ ପଛେ ନାହିଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅଧିକ ଅର୍ଥ ଦେଇମାସିକ ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି କଲେ ଅଙ୍ଗନବାଡି ଭଉଣୀ ମାନଙ୍କ ପରିଶ୍ରମର କିଂଚିତ୍ ମୂଲ୍ୟ ସେମାନଙ୍କୁ ମିଳିପାରନ୍ତା ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ଅଙ୍ଗନବାଡି ଭଉଣୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ଘୋଷଣା ଛଡା ୧ ଟଙ୍କା ବି ଅଧିକ ଦେଇନାହାନ୍ତି । ଅବସର ପରେ ୨୦ ହଜାର ଟଙ୍କାର ଅବସରକାଳୀନ ସହାୟତା ପାଇଁ ଘୋଷଣା କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ଅଙ୍ଗନବାଡି ଭଉଣୀମାନଙ୍କ ପାଇଁ ଅବସରକାଳୀନ ସହାୟତା ୧ ଲକ୍ଷ ଟଙ୍କାରେ ପହଁଚିଲାଣି ଗତ ସେପ୍ଟେମ୍ବର ୨୨ ତାରିଖରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଓ ଝାରସୁଗୁଡା ଗସ୍ତରେ ଅ ।ସିଥିଲେ । ଏହି ଦୁଇଟି ସ୍ଥାନରେ ଅଙ୍ଗନବାଡି ଭଉଣୀ ମାନେ ସେମାନଙ୍କର ମାନଧନକୁ କେନ୍ଦ୍ର ସରକାର ବଢାଇଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।