ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Sep 12, 2019 - 17:58
 100
ନୂଆଦିଲ୍ଲୀ , ୧୨/୯(ସକାଳଖବର): କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଂଚି ଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ମାସିକ ସର୍ବନିମ୍ନ ୩ହଜାର ଟଙ୍କାର ପେନସନ ସୁନିଶ୍ଚିତ କରିବ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବ୍ୟବସାୟୀ ଓ ଆତ୍ମନିଯୁକ୍ତଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଜରିଆରେ ୬୦ ବର୍ଷ ଅତିକ୍ରମ କରିଥିବା ବ୍ୟବସାୟୀ ଓ ଆତ୍ମନିଯୁକ୍ତ ଲୋକମାନଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ସୁନିଶ୍ଚିତ ପେନସନ ମିଳିପାରିବ । ପାଖାଖାପାଖି ୩ କୋଟି କ୍ଷୁଦ୍ର ବ୍ୟବସାୟୀ ଏହି ଯୋଜନା ଦ୍ୱାରା ଲାଭାନ୍ୱିତ ହେବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଆଶା ଆକାଂକ୍ଷା ପୂରଣ କରିପାରୁଥିବା ଏକ ଦୃଢ଼ ସରକାର ପାଇଁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି । ନୂଆ ସରକାର ଗଠନ ହେବା ପରେ ପ୍ରତ୍ୟେକ କୃଷକ ପରିବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଦ୍ୱାରା ଲାଭାନ୍ୱିତ ହେବେ । ଆଜି, ସାଢେ଼ ୬ କୋଟି କୃଷକ ପରିବାରର ବ୍ୟାଙ୍କ ଆକାଉଂଟରେ ପାଖାପାଖି ୨୧ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ଜମା କରାଯାଇସାରିଛି । ଝାଡ଼ଖଣ୍ଡର ୮ ଲକ୍ଷ କୃଷକ ପରିବାରଙ୍କ ବ୍ୟାଙ୍କ ଆକାଉଂଟରେ ପ୍ରାୟ ୨୫୦ କୋଟି ଟଙ୍କା ଜମା କରାଯାଇଛି । ସର୍ବାଧିକ ସହାୟତା ଲୋଡ଼ୁଥିବା ଲୋକଙ୍କ ସହିତ ସରକାର ରହିଛନ୍ତି । ଗତ ମାର୍ଚ୍ଚ ମାସ ପରଠାରୁ ଏପରି ଏକ ପେନସନ ଯୋଜନା ଦେଶର କୋଟି କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହୋଇଛି । “୩୨ ଲକ୍ଷରୁ ଊଦ୍ଧ୍ୱର୍ ଶ୍ରମିକ ଶ୍ରମଯୋଗୀ ମାନଧନ ଯୋଜନାରେ ଯୋଡ଼ି ହୋଇଛନ୍ତି । ୨୨ କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇଛନ୍ତି । ଏଥିମଧ୍ୟରୁ କେବଳ ଝାଡ଼ଖଣ୍ଡରେ ୩୦ ଲକ୍ଷ ହିତାଧିକାରୀ ରହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ୪୪ ଲକ୍ଷ ଗରିବ ରୋଗୀ ଲାଭାନ୍ୱିତ ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡରେ କେବଳ ତିନି ଲକ୍ଷ ଲୋକ ଅଛନ୍ତି ।