ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉସôବ ପାଳିତ

Jul 17, 2019 - 18:09
 158
ନୂଆପଡା,୧୭/୭(ସକାଳଖବର): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଖଡିଆଳ ନଗର ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ସାଧାରଣ ସମ୍ପାଦକ ଭକ୍ତବନ୍ଧୁ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଗୁରୁ ପୂର୍ଣ୍ଣିମା ଉସôବର ମହତ୍ୱ, ଭାରତୀୟ ସଂସ୍କୃତୀ ଓ ପରମ୍ପରା, ରାଷ୍ଟ୍ରୀୟ ସମସ୍ୟା ଉପରେ ଗୁରୁତ୍ୱାରୋପ କରି ବୌଦ୍ଧିକ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ କୃଷି ଅଧିକାରୀ ପ୍ରଦୀପ କୁମାର ତ୍ରିବେଦୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ହିନ୍ଦୁ ସମାଜ ସଙ୍ଗଠିତ ହେବା ଓ ଧର୍ମ ସଂସ୍କୃତିର ସୁରକ୍ଷା ଉପରେ ସମସ୍ତେ ସଚେତନ ହେବାକୁ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନୂଆପଡା ଜିଲ୍ଲା ସଂଘ ଚାଳକ ପୁସ୍ତମ ସୁନାନୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ସଂଘର ସ୍ୱୟଂସେବକ ଜଗବନ୍ଧୁ ବାରିକ, କେଦାର ସରାଫ, ପୂର୍ବତନ ଖଡିଆଳ ବିଧାୟକ ହିତେଶ କୁମାର ବଗର୍ତୀ, ଅଧ୍ୟାପକ ପଦ୍ମଲୋଚନ ବର୍ମା, ଚନ୍ଦ୍ରଶେଖର ଚନ୍ଦ୍ରକାର, ବିଜୟା ବାରିକ, ସଞ୍ଜୟ ତିୱାରୀ, ମନୋଜ ପଟ୍ଟନାୟକ, ସାରଦା ପଣ୍ଡା, ସୋମେଶ ପଟ୍ଟନାୟକ, ସଂଘର କାର୍ଯ୍ୟକର୍ତା ସଜ୍ଜନ କୁମାର ଅଗ୍ରୱାଲ, ରନôାକର ସାହୁ, ସୁରେଶ ହଟୱାର, ଦିଲ୍ଲିପ ତ୍ରିବେଦୀ, ନରେଶ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ବିକାଶ ବଂଶଲ, ରତନ ସୋନୀ, ମନିଷ ବଂଶଲ, ଶ୍ରୀବସô ବାରିକ ସମେତ ଶତାଧିକ ସ୍ୱୟଂସେବକ ଯୋଗଦାନ କରିଥିଲେ ।