ପୋଖରୀରେ ବୁଡ଼ି ନାବାଳକ ମୃତ

Jul 17, 2022 - 09:45
 52
ପୋଖରୀରେ ବୁଡ଼ି ନାବାଳକ ମୃତ
ଯାଜପୁର:ଯାଜପୁର ଜିଲ୍ଲା ସାରାଙ୍ଗପୁର ଗାଁରେ ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଯାଇ ଜଣେ ନାବାଳକର ଜୀବନ ଚାଲିଯାଇଛି । ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳଟିର ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ, କଇଁଚି ଶାସନ ଗାଁର ସୁଶାନ୍ତ ମଲ୍ଲିକଙ୍କ ୪ବର୍ଷର ପୁଅ ସାରଙ୍ଗପୁର ମାମୁଁ ଘରକୁ ଯାଇଥିଲେ କ୍ଷ ଆଜି ମାମୁଁ ଘର ନିକଟରେ ଥିବା ଇଟାଭାଟି ପାଖରେ ଖେଳୁଥିଲେ କ୍ଷ ଅନେକ ସମୟ ଧରି ନାବାଳକ ଘରକୁ ନଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ କ୍ଷ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନାବାଳକ ଜଣକ ଇଟାଭାଟି ନିକଟରେ ଥିବା ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ କ୍ଷନାବାଳକକୁ ଉଦ୍ଧାର କରି ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ନାବାକକୁ ମୃତ ଘୋଷଣା କରିଛନ୍ତି । ଏହାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।