ପ୍ରଧାନମନ୍ତ୍ରୀଙ୍କ ନୀତି, ବୈଚାରିକ ସ୍ପଷ୍ଟତା ଦ୍ୱାରା ଭାରତ ଅଧିକାରରୁ ସଶକ୍ତିକରଣକୁ ଅଗ୍ରସର ହୋଇଛି: ଧର୍ମେନ୍ଦ୍ର

Jan 17, 2023 - 15:11
 34
ପ୍ରଧାନମନ୍ତ୍ରୀଙ୍କ ନୀତି, ବୈଚାରିକ ସ୍ପଷ୍ଟତା ଦ୍ୱାରା ଭାରତ ଅଧିକାରରୁ ସଶକ୍ତିକରଣକୁ ଅଗ୍ରସର ହୋଇଛି: ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି, ବୈଚାରିକ ସ୍ପଷ୍ଟତା ଏବଂ ସଫଳ କ୍ରିୟାନ୍ୱୟନ ଦ୍ୱାରା ଭାରତ ବିଗତ ୮ ବର୍ଷରେ ଅଧିକାରରୁ ସଶକ୍ତିକରଣ ପର୍ଯ୍ୟନ୍ତ ଯାତ୍ରା କରିଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଆତ୍ମନିର୍ଭର ସମାଜ ଗଠନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ସବକା ସାଥ୍-ସବକା ବିକାଶର ଦାୟିତ୍ୱ କେବଳ ନାରା ନ ଥିଲା ଏକ ବିଚାର ଥିଲା । ମୋଦୀ ସରକାରରେ ଗରିବ ଲୋକମାନେ ଅଧିକାର ପାଇବା ସହ ସଶକ୍ତିକରଣ ଆଡକୁ ପାଦ ଥାପୁଛନ୍ତି । ବିଶ୍ୱର ଅନେକ ଶକ୍ତିଶାଳୀ ରାଷ୍ଟ୍ର କୋଭିଡ୍ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିଲେ । ମାତ୍ର ଦେଶରେ କୋଭିଡର ସଫଳ ପରିଚାଳନା କାରଣରୁ ଦେଶରେ ୨୧୯ କୋଟିରୁ ଅଧିକ ଲୋକଙ୍କୁ ସ୍ୱଦେଶୀ ଟିକା ଲଗାଯାଇଛି ଏବଂ ୩୦ କୋଟି ଟିକା ବିଦେଶକୁ ରପ୍ତାନି କରାଯାଇଛି । ୨୦୧୩ରେ ଫ୍ରାଗାଇଲ ଫାଇବ୍ ମଧ୍ୟରେ ଗଣାଯାଉଥିବା ଭାରତ, ଆଜି ଅମୃତ କାଳରେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିରେ ପରିଣତ ହୋଇସାରିଛି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ଥିକ ନୀତିର ସଫଳତାର ବହୁତ ବଡ ଉପଲବ୍ଧି ।