ପୋଖରୀରେ ବୁଡ଼ି ୪ଶିଶୁ ମୃତ

Sep 28, 2022 - 06:53
 40
ପୋଖରୀରେ ବୁଡ଼ି ୪ଶିଶୁ ମୃତ
ଆଜମେର : ଆଜମେର ଜିଲ୍ଲାର ପୀସାଙ୍ଗନ ଥାନା ଅଞ୍ଚଳରେ ପୋଖରୀରେ ବୁଡ଼ି ୪ଶିଶୁଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପୀସାଙ୍ଗନ ଥାନା ଅଞ୍ଚଳର ନୟାଗାଁ ପ୍ରତାପୁରରେ ହୋଇଛି । ସେଠାରେ ମଙ୍ଗଳବାର ଗାଈ ଚରାଉଥିବା ୪ନୀରିହ ଶିଶୁ ପାଣିରେ ବୁଡ଼ିଯାଇଥିଲେ । ବିଳମ୍ବିତ ରାତିରେ ଖବରପାଇ ପୋଲିସ ପ୍ରଶାସନ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସେଠାରୁ ପାଣି ବାହାର କରି ଶିଶୁମାନଙ୍କୁ ବାହାର କରିବାକୁ ଉଦ୍ଧାର କାର୍ୟ୍ୟ ଜାରି ରଖିଥିଲେ । ପୀସାଙ୍ଗନ ଉପଖଣ୍ଡ ଅଧିକାରୀ ପ୍ରିୟଙ୍କା ବଡ଼ଗୁର୍ଜର କହିଛନ୍ତି କି ଆଜମେରରେ ପହଞ୍ଚିଥିବା ଏନଡିଆରଏଫ ଟିମ୍ ଉଦ୍ଧାର ଆରମ୍ଭ କରିଛି । ବିଳମ୍ବିତ ରାତି ୧୨ଟା ୩୦ମିନିଟ ସମୟରେ ୪ଶିଶୁଙ୍କ ମୃତଦେହ ପାଣିରୁ ବାହାର କରିଥିଲେ । ପରେ ସମସ୍ତଙ୍କୁ ବ୍ୟବଚ୍ଛେଦ ଲାଗି ମେଡ଼ିକାଲ ନିଆଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।