ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କୁ ମିଳିଲାନି ହକି ଟିକେଟ୍

Dec 13, 2018 - 18:50
 215
ଭୁବନେଶ୍ୱର,୧୩/୧୨(ସକାଳଖବର): ଭୁବନେଶ୍ୱର କଳିଙ୍ଗଷ୍ଟାଡିୟମ୍ ରେ ଚାଲିଥିବା ହକି ବିଶ୍ୱକପ୍ ମ୍ୟାଚ୍ ଦେଖିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଟିକେଟ୍ ଚାହିଁଥିଲେ ହେଁ ତାଙ୍କୁ ମିଳିନାହିଁ । ଟିକେଟ୍ ପାଇଁ କ୍ରୀଡା ବିଭାଗ ସଚିବ ବିଶାଲ ଦେବଙ୍କୁ ସେ ଅନୁରୋଧ କରିଥିଲେ । ଟିକେଟ୍ ପାଇଁ ପଇସା ମଧ୍ୟ ଦେବେ ବୋଲି କହିଥିଲେ ହେଁ ସଚିବ ତାଙ୍କୁ ମନା କରିଦେଇଥିଲେ । ସଚିବଙ୍କର ସାମାନ୍ୟତମ ସୌଜନ୍ୟତା ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।