ପୁରୀରେ ହେବ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ: ଜ୍ୟୋତିରାଦିତ୍ୟ ସିନ୍ଧିଆ

Nov 22, 2021 - 16:03
 86
ପୁରୀରେ ହେବ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ: ଜ୍ୟୋତିରାଦିତ୍ୟ ସିନ୍ଧିଆ
ଝାରସୁଗୁଡ଼ା: ଶ୍ରୀକ୍ଷେତ୍ର ପୁରୀରେ ହେବ ଗ୍ରୀନ ଫିଲ୍‌ଡ ଏୟାରପୋର୍ଟ। ଝାରସୁଗୁଡ଼ାରେ ଆଜି ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ କହିଛନ୍ତି, ପୁରୀକୁ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦିଆଯାଇଛି। ରାଜ୍ୟ ସରକାରଙ୍କ ଜବାବକୁ ଅପେକ୍ଷା କରାଯାଇଛି ବୋଲି ସିନ୍ଧିଆ କହିଛନ୍ତି। ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ, ସେତେ ଶୀଘ୍ର କାମ ଆଗକୁ ବଢ଼ିବ ବୋଲି ମନ୍ତ୍ରୀ କହିଛନ୍ତି।ଜୟପୁର ଓ ଉତ୍କେଲା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଜୟପୁର ଓ ଉତ୍କେଲା ପ୍ରସ୍ତାବ ମଧ୍ୟ ଶୀଘ୍ର ରାଜ୍ୟ ସରକାର ଦିଅନ୍ତୁ। ତୁରନ୍ତ ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ଲାଇସେନ୍ସ ବ୍ୟବସ୍ଥା ହେବ ବୋଲି ସେ ଦୋହରାଇଛନ୍ତି।