ଆଇ ଆମ ସରି ବାପା ମାମ୍ମି… ମୁଁ ସୁସାଇଡ୍ କରୁଛି

Nov 22, 2021 - 16:04
 60
ଆଇ ଆମ ସରି ବାପା ମାମ୍ମି… ମୁଁ ସୁସାଇଡ୍ କରୁଛି
ସାଲେପୁର : ମୋ ମରିବା ପାଇଁ ସିପୁନ ଦାୟୀ। ସେ ମୋତେ ବ୍ଲାକମେଲ କରୁଛି। ଭାଇ, ବାପା ଓ ମାଆଙ୍କୁ ମାରିବା ଧମକ ଦେଉଛି। ଆଇ ଆମ ସରି ବାପା ମାମ୍ମି। ତାକୁ କଠୋରରୁ କଠୋର ଦଣ୍ଡ ଦେବ। ବାସ୍ ଏଇ କେତେକ ପଦ ଲେଖି ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଲେ ଯୁବତୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ସାଲେପୁର ଥାନା ଅଞ୍ଚଳରେ।ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ ଦୀପିକା (ଛଦ୍ମନାମ)। ସେ ଜଣେ ମେଧାବୀ ଛାତ୍ରୀ। ଯିଏ ଚଳିତ ମାସ ୯ ତାରିଖରେ ନିଜ ଘର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ତେବେ ପୁଲିସ୍ ଘଟଣାର ତଦନ୍ତରେ ବିଳମ୍ବ କରିଥିବା ଯୁବତୀଙ୍କ ବାପା ଅଭିଯୋଗ ଆଣିଥିଲେ। ୧୮ ତାରିଖରେ କେସ୍ କରିବା ଓ ଅଭିଯୁକ୍ତକୁ ଧରିବାରେ ବିଳମ୍ବ ହେବା ହେତୁ ସାଲେପୁର ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଏକ ଲିଖିତ ଅଭିଯୋଗ ପତ୍ର ଯୁବତୀଙ୍କ ପରିବାର ଲୋକେ ସାଲେପୁର ଏସଡିପିଓଙ୍କୁ ଦେଇଥିଲେ। ଯାହାର ତିନି ଦିନ ପରେ ଅର୍ଥାତ୍ ଆଜି ପୁଲିସ୍ ସିପୁନକୁ ଗିରଫ କରିଛି।