ନିରବରେ ଠିଆହୋଇ ଶୋକବ୍ୟକ୍ତ କଲେ ରାଣୀଙ୍କ ୮ଜଣ ନାତିନାତୁଣୀ; ସାମରିକ ପୋଷାକ ପିନ୍ଧିଲେ ରାଜକୁମାର ହ୍ୟାରି

Sep 18, 2022 - 06:49
 45
ନିରବରେ ଠିଆହୋଇ ଶୋକବ୍ୟକ୍ତ କଲେ ରାଣୀଙ୍କ ୮ଜଣ ନାତିନାତୁଣୀ; ସାମରିକ ପୋଷାକ ପିନ୍ଧିଲେ ରାଜକୁମାର ହ୍ୟାରି
ଲଣ୍ଡନ୍‌: ଶନିବାର ଦିନ ଲଣ୍ଡନ୍‌ସ୍ଥିତ ଐତିହାସିକ ୱେଷ୍ଟ୍‌ମିନ୍‌ଷ୍ଟର୍‌ ହଲ୍‌ରେ ଯୁବରାଜ ୱିଲିୟମ୍‌ ଏବଂ ରାଜକୁମାର ହ୍ୟାରି ସେମାନଙ୍କ ଔରସୀ (ସମ୍ପର୍କୀୟ) ଭାଇଭଉଣୀଙ୍କ ସହିତ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ କଫିନ୍‌ ଚାରିପଟେ ନିଷ୍ଠାର ସହ ନିରବ ‌ଶୋକବ୍ୟକ୍ତ କରିଛନ୍ତି। ରାଜା ତୃତୀୟ ଚାର୍ଲସ୍‌ଙ୍କ ପୁଅ କୁମାର ୱିଲିୟମ୍‌ ଓ ହ୍ୟାରିଙ୍କ ସହିତ ଏଥିରେ ଯୋଗ ଦେଇଥିଲେ ରାଜକୁମାର ଆଣ୍ଡ୍ରିଉଙ୍କ ଝିଅ ରାଜ‌କୁମାରୀ ବିୟଟ୍ରିସ୍‌ ଓ ୟୁଜିନି, ରାଜଜେମା ଆନିଙ୍କ ପୁଅ ପିଟର୍‌ ଫିଲିପ୍ସ୍‌ ଓ ଜାରା ଟିଣ୍ଡଲ୍‌ ଏବଂ ରାଜକୁମାର ଏଡ୍‌ୱାର୍ଡଙ୍କ ପୁଅ ଲୁଇ ଓ ଜେମ୍ସ୍‌। ଯୁବରାଜ ୱିଲିୟମ୍‌ ଏବଂ ରାଜକୁମାର ହ୍ୟାରି ଉଭୟ ଉତ୍ସବକାଳୀନ ସାମରିକ ବେଶପୋଷାକରେ ସଜ୍ଜିତ ହୋଇ ବିଶାଳ ୱେଷ୍ଟ୍‌ମିନ୍‌ଷ୍ଟର୍‌ ହଲ୍‌ରେ ୧୫ ମିନିଟ୍‌ ନିରବରେ ମଥାନତ କରି ଠିଆ ହୋଇଥିଲେ। ସୂଚନାଯୋଗ୍ୟ, ରାଜକାର୍ଯ୍ୟରୁ ଓହରି ଯାଇଥିବାରୁ ରାଜକୁମାର ହ୍ୟାରିଙ୍କୁ ସାମରିକ ପୋଷାକ ପିନ୍ଧିବାକୁ ଅନୁମତି ମିଳୁ ନ ଥିବାରୁ ସେ ‘ମର୍ଣ୍ଣିଂସୁଟ୍‌’ ପିନ୍ଧୁଥିଲେ।