ବାଘମୁଣ୍ଡାରେ ଅଗ୍ନିକାଣ୍ଡ

Oct 20, 2018 - 20:24
 225
ବାଘମୁଣ୍ଡାରେ ଅଗ୍ନିକାଣ୍ଡ
ଅନୁଗୋଳ , ୨୦/୧୦ (ସକାଳକବର): ଅନୁଗୋଳ ବ୍ଲକ ଅନ୍ତର୍ଗତ କୋଠଭୂଇଁ ପଞ୍ଚାୟତ ବାଘମୁଣ୍ଡା ଗାଁର ଚରଣ ଦେହୁରୀଙ୍କ ଘରେ ଅଗ୍ନିକାଣ୍ଡ ଘଟି ଗତ ବୁଧବାର ସନ୍ଧ୍ୟାରେ ତାଙ୍କର ଦୁଇ ବଖରା ଘର ସହ ଛେଳି ଗୁହାଳ, ଧାନ, ଚାଉଳ, ଲୁଗାପଟା ଆଦି ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ, ସନ୍ଧ୍ୟା ସମୟରେ ଚରଣ ୱାଚର କାମ କରୁଥିବା ଯୋଗୁଁ ଡ଼୍ୟୁଟିକୁ ଯାଇଥିଲେ । ଘରେ ତାଙ୍କ ସ୍ତ୍ରୀ ଟିଭି ଦେଖୁଥିଲେ । ଏବଂ ଅନ୍ୟ ଦୁଇଜଣ ପିଲା ମଧ୍ୟ ଘରେ ଥିଲେ । ତେବେ ହଠାତ୍ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଘରର ସବୁ ଜିନିଷ ପତ୍ର ପୋଡ଼ି ଯାଇଥିବାବେଳେ ପରିବାର ଲୋକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚକୁ ସହାୟତା ନିମନ୍ତେ ଗୁହାରୀ କରିଥିଲେ ମଧ୍୍ୟ ମୁଁ କିଛି ପାରିବି ନାହିଁ କହି ରୋକ୍ଠୋକ୍ ମନା କରିଦେଇଥିଲେ । ଏବଂ ରାଜ୍ୟସ୍ୱ ନିରୀକ୍ଷକଙ୍କ ସହ ଫୋନ ଯୋଗେ ସୂଚନା ଦେଇଥିଲେ ମଧ୍ୟ ସେ ପହଞ୍ଚô ନଥିବା ସୂଚନାରୁ ଜଣାଯାଇଛି । ତେଣୁ ତୁରନ୍ତ ଅଗ୍ନି ବିପନ୍ନ ପରିବାରକୁ ସହାୟତା ଦେବାକୁ ଦାବୀ ହେଉଛି ।