ପୁଅ ଅନ୍ଧ ହେବା ଆଶଙ୍କା, ବାପା ମା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ବୌଦ୍ଧ,୪/୯ (ସକାଳଖବର) ବୌଦ୍ଧ ଜିଲା କରଞ୍ଜକଟା ପଚାଂୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମରେ ରବିନ୍ଦ୍ର ରଣାଙ୍କ ଚତୁର୍ଥ ଶ୍ରେଣୀ ରେ ପାଠ ପଢୁଥିବା ୯ ବର୍ଷର ଏକମାତ୍ର ପୁଅ ଅଶ୍ୱିନୀର କ୍ରମାଗତ ଭାବେ ଗତ ୩ ବର୍ଷ ହେଲା ଦୃଷ୍ଟି ଶକ୍ତି ଆଶ୍ଚର୍ଯ୍ୟଜନକ ଭାବେ ଲୋପ ପାଇ ଆସୁଥିବାରୁ ତାର ଦୃଷ୍ଟିଶକ୍ତି ଫେରାଇ ଆଣିବା ସକାଶେ ଆବଶ୍ୟକ ଚିକିସôା ସହାୟତା ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାପା ମାଆ । ବାପା ଓ ମା ନିଜ ଆଖି ଆଗରେ କୋମଳମୋତି ପୁଅଟିର ଭବିଷ୍ୟତ ନିଶ୍ଚିତ ଅନ୍ଧାର ମୁହଁକୁ ଠେଲିହୋଇ ଯାଉଥିବା ଦେଖି ଆସୁଥିଲେ ମଧ୍ୟ ଅର୍ଥ ଅଭାବରୁ ବାହାରକୁ ନେଇ ତାର ଉପଯୁକ୍ତ ଚିକିସôା କରିବାକୁ ସାମ୍ୟର୍ଥ ନଥିବାରୁ ଚିନ୍ତାରେ ଭାଙ୍ଗି ପଡିଥିବା ଦେଖାଯାଇଛି ।
ପିତା ରବିନ୍ଦ୍ରଙ୍କ କହିବାନୁଯାୟୀ, ତାଙ୍କର ପୁଅ ଅଶ୍ୱିନୀ ଜନ୍ମ ହେବା ପରେ ଦୃଷ୍ଟି ଶକ୍ତି ସ୍ୱାଭାବିକ ଥିଲା । ଏପରିକି ସେ ପ୍ରଥମ ଶ୍ରେଣୀ ପାସ କରିବା ପର୍ଯ୍ୟନ୍ତ ସାଧାରଣ ପିଲାଙ୍କ ଭଳି ସବୁକିଛି ଭଲ ଭାବେ ଦେଖି ପାରୁଥିଲା । ତେବେ ସେ ଦ୍ୱିତୀୟ ଶ୍ରେଣୀରେ ନାମ ଲେଖାଇବା ପରେ ହଠାତ୍ ତାଙ୍କର ଦୁଇ ଆଖିରେ ଏକ ଧଳା ଚିହ୍ନ ଦେଖାଦେବା ବାପା ମା ଲକ୍ଷ୍ୟ କରି ପୁଅକୁ ପ୍ରଥମେ ସ୍ଥାନୀୟ ପୁରୁଣା କଟକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବୌଦ୍ଧ ଓ ଫୁଲବାଣୀ ମୁଖ୍ୟ ଚିକିସôାଳୟକୁ ନେଇ ଆଖି ପରିକ୍ଷା କରି ଚିକିସôା କରାଇଥିଲେ । ମାତ୍ର ସେଥିରେ କୌଣସି ସୁଫଳ ମିଳି ନଥିଲା । ଫଳରେ ଧିରେ ଧିରେ ଦୁଇ ଆଖିର ଡୋଳାରେ ଧଳା ପଟଳ ପଡିଯିବା ଦେଖି ରବିନ୍ଦ୍ର ଓ ତାଙ୍କ ପନôୀ ଘରେ ଯାହା ଥିଲା ସୁନା ରୁପା, ଜମିବାଡି ବିକି ଗତବର୍ଷ ତାକୁ ଚିକିସôା ପାଇଁ ବୁର୍ଲା ମେଡିକାଲକୁ ନେଇଥିଲେ । ସେଠାରେ ୪ ଦିନ ରହିଥିବା ଅଶ୍ୱିନୀକୁ ଡାକ୍ତର ପରିକ୍ଷା କରି ଚେନ୍ନାଇ ସ୍ଥିତ ଶଙ୍କର ନେତ୍ରାଳୟକୁ ନେଇ ଚିକିସôା କରାଇବା ପାଇଁ ପରାମର୍ଶ ଦେବାରୁ ସେମାନେ ସମ୍ପୂର୍ଣ୍ଣ ରୁପେ ଭାଙ୍ଗି ପଡିଥିଲେ ଓ ଶେଷରେ ଉପାୟଶୂନ୍ୟ ହୋଇ ସୋମବାର ହରଭଙ୍ଗା ବ୍ଲକ ପରିସରରେ ହେଉଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ପୁଅର ଚିକିସôା ପାଇଁ ଜିଲ୍ଲାପାଳଙ୍କ ସହାୟତା ଲୋଡିଥିଲେ । ଜିଲ୍ଲାପାଳ ସିତାଶୁଂ କୁମାର ରାଉତ ସିଡିଏମଓଙ୍କ ସହିତ ପରାମର୍ଶ କରି ଆବଶ୍ୟକ ଚିକିସôା ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।