ଓଡ଼ିଶା ବାଉଁଶରୁ ହେବ କାଠ ପ୍ରସ୍ତୁତି
ଭୁବନେଶ୍ୱର,୪/୯ (ସକାଳଖବର): ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରଥମଥର ପାଇଁ ବାଉଁଶରୁ କାଠ ପ୍ରସ୍ତୁତ କରାଯିବା ପାଇଁ ନିଆଯାଇଥିବା ଦୃଷ୍ଟାନ୍ତମୂଳକ ପଦକ୍ଷେପ ସଫଳ ରୂପାୟନ ହୋଇଅଛି । ସଡ଼ିଶା ଜଙ୍ଗଲରେ ଥିବା କଂଚା ଶାଳିଆ ବାଉଁଶରୁ ବାଉଁଶ କାଠ ପ୍ରସ୍ତୁତ କରିବା ଏକ ବାସ୍ତବ ପଦକ୍ଷେପ ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା(ଓବିଡିଏ) ଗତ ଜୁନ୍ ମାସରେ ଓଡ଼ିଶା ଜଙ୍ଗଲରେ ଥିବା ବାଉଁଶରୁ ପରୀକ୍ଷାମୂଳକ ଭାବରେ ବାଉଁଶ କାଠ ଉପôାଦନ କରିବା ପାଇଁ ତି୍ରପୁରାର ରାଜଧାନୀ ଅଗରତାଲାସ୍ଥିତ ମୁଥା କାରଖାନାକୁ କଂଚା ବାଉଁଶ ପଠାଇବା ପାଇଁ ପଦକ୍ଷେପ ନେଇଥିଲେ । ଏହି କମ୍ପାନୀ ଭାରତର ଉତର ପୂର୍ବ ରାଜ୍ୟରେ ଥିବା ନରମମୂଳି ବାଉଁଶରୁ ବାଉଁଶ କାଠ, ଚଟାଣ ଟାଇଲ ଏବଂ କାଠଜାତୀୟ ଆସବାବପତ୍ର ବ୍ୟବସାୟିକ ଭିତିରେ ଗତ ଦୁଇବର୍ଷ ଧରି ଉପôାଦନ କରିଆସୁଛି । ଗତ ଜାନୁଆରୀ ମାସରେ ଓଡ଼ିଶା ବାଉଁଶ ଉନ୍ନୟନ କର୍ତୃପକ୍ଷଙ୍କର ଏକ ୨୬ ଜଣିଆ ପ୍ରତିନିଧି ଦଳ ଉକ୍ତ କମ୍ପାନୀ ପରିଦର୍ଶନରେ ଯାଇଥିଲେ । କାରଖାନାର ଅଧ୍ୟକ୍ଷ ଶ୍ରୀ ଅନୀଲ ମୁଥା ଏବଂ ଉପାଧ୍ୟକ୍ଷ ଶ୍ରୀ ରବୀନ ବୋଷଙ୍କ ସହିତ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଏସ୍.ପି. ମହାପାତ୍ର ବାଉଁଶ କାଠ ଉପôାଦନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ଗତ ୦୫.୦୪.୨୦୧୮ ତାରିଖରେ କରିଥିଲେ । ଆଲୋଚନା ମୁତାବକ ଓଡ଼ିଶାରୁ ଗୋଟିଏ ଟ୍ରକଲୋଡ଼ ଶାଳିଆ ବାଉଁଶ ଅଗରତାଲାରେ ଥିବା ମୁଥା ବାଉଁଶ କାରଖାନାକୁ ପଠାଯାଇଥିଲା । ସେଠାରେ ପରୀକ୍ଷାମୂଳକ ଭାବେ ବିନା ମୂଲ୍ୟରେ ବାଉଁଶ କାଠ ପ୍ରସ୍ତୁତି କରିଥିଲେ । ବିନାମୂଲ୍ୟରେ କାଠ ପ୍ରସ୍ତୁତି ପାଇଁ ଉପôାଦିତ ବାଉଁଶ କାଠର ଶତକଡ଼ା ୬୦ ପ୍ରତିଶତ ମୁଥା କମ୍ପାନୀ ପାଇଥିବାବେଳେ ଓଡ଼ିଶା ସରକାର ୪୦ ପ୍ରତିଶତ ପାଇଛନ୍ତି ।
ବୌଦ୍ଧ ବନଖଣ୍ଡର ହାତୀଧରା ବାଉଁଶ ଜଙ୍ଗଲରୁ ବାଉଁଶ କଟାଯାଇ ଯେପରି ବାଉଁଶରୁ ଜଳୀୟ ଅଂଶ ହ୍ରାସ ନପାଇ ଯଥାଶୀଘ୍ର ସର୍ବନିମ୍ନ ସମୟସୀମା ମଧ୍ୟରେ ଅଗରତାଲା କାରଖାନାକୁ ପଠାଯାଇପାରିବ ସେ ବିଷୟରେ ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଏସ.ପି. ମହାପାତ୍ର, ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ପଦକ୍ଷେପ ନେଇଥିଲେ । ବୌଦ୍ଧ ବନଖଣ୍ଡ ଅଧିକାରୀ ଓ ଓଡ଼ିଶା ବନ ଉନ୍ନୟନ ନିଗମର ଡିଏମ୍ଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୁନ୍ ମାସର ପ୍ରଥମ ସପ୍ତାହରେ ବାଉଁଶ କଟାଯାଇଥିଲା । ୧୦୫୦ ଗୋଟି ଶାଳିଆ ବାଉଁଶ ଜୁନ୍ ୮ ତାରିଖରେ ଅଗରତାଲାରେ ପହଂଚିଥିଲା ଏବଂ ବାଉଁଶ ଚିରାଯାଇ ଉପôାଦନ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏକଖଣ୍ଡ ବାଉଁଶ କାଠରୁ ୧.୩ ଘନଫୁଟ କାଠ ପ୍ରସ୍ତୁତ ହୋଇଥିବାବେଳେ ୪୬ ଖଣ୍ଡ ବାଉଁଶ କାଠଗଡ଼ରୁ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ଭାଗରେ ୧୮.୪ ଖଣ୍ଡ ଗଡ଼ ପଡ଼ିଥିଲା । ବାଉଁଶ କାଠଗୁଡ଼ିକର ସାନ୍ଧ୍ରତା ଯଥେଷ୍ଟ ଅଧିକ ଓ ଦୀର୍ଘସ୍ଥାୟୀ ଅଟେ । ଉପରୋକ୍ତ କାଠରୁ ଗୋଟିଏ ସୋଫାସେଟ୍, ୬ଟି ଚୌକି ବିଶିଷ୍ଟ ଡାଇନିଂ ସେଟ୍, ପାଶ୍ୱର୍ ଟେବୁଲ ସହ ଖଟ, ୩ଟି ନେସ୍ ଟେବୁଲ୍, ଗୋଟିଏ ଫାଳିକିଆ କବାଟ, ଗୋଟିଏ ମାଗାଜିନ୍ ଷ୍ଟାଣ୍ଡ ଏବଂ ୧୬ଟି ଚଟାଣ ଟାଇଲ ପ୍ରସ୍ତୁତ କରାଯାଇ ଓଡ଼ିଶାକୁ ଅଣାଯାଇଛି । ସର୍ବସାଧାରଣଙ୍କର ଅବଗତି ଓ ଦେଖିବା ନିମନ୍ତେ ଏହିସବୁ ଆସବାବ ପତ୍ର ନୂଆପଲ୍ଲୀ, ନୀଳକଣ୍ଠ ନଗରସ୍ଥିତ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସଭାଗୃହରେ ସାଜଡ଼ି ରଖାଯାଇଛି ।