ନେତା ଦଳ ଛାଡିଲେ ପ୍ରଭାବ ପଡିବନି : ନିରଂଜନ

Jan 14, 2019 - 17:52
 182
ନେତା ଦଳ ଛାଡିଲେ ପ୍ରଭାବ ପଡିବନି : ନିରଂଜନ
ଭୁବନେଶ୍ୱର,୧୪/୧(ସକାଳଖବର): ନିଜର ସ୍ୱାର୍ଥ ହାସଲ ଏବଂ ବ୍ୟାବସାୟିକ ଫାଇଦା ପାଇଁ ନେତାମାନେ କଂଗ୍ରେସ ଦଳ ଛାଡି ଅନ୍ୟ ଦଳକୁ ଯାଉଛନ୍ତି । “ପାଣ୍ଡବର ଖାଇବେ କୌରବଙ୍କର ଗାଇବେ“ଏହା ତାଙ୍କ ଚରିତ୍ର । ଯେଉଁମାନେ ଦଳ ଛାଡି ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଅଟକାଇ ହେବନାହିଁ ବୋଲି ଉଭୟ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନବ ଦାସ କଂଗ୍ରେସ ଛାଡିବେ ବୋଲି ସେ ଶୁଣିବାକୁ ପାଇଛନ୍ତି । ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ମଧ୍ୟ ଶୁଣିବାକୁ ମିଳୁଛି । ନବ ଦାସ ଦଳ ଛାଡିବା ନେଇ ଚିଠି ଲେଖିନାହାନ୍ତି କିମ୍ବା ଜଣାଇନାହାନ୍ତି । ସେମାନେ ଅନ୍ୟ ଦଳକୁ ଗଲେ କଂଗ୍ରେସ ଉପରେ କୌଣସି ପ୍ରଭାବ ପଡିବନାହିଁ । କଂଗ୍ରେସରେ କର୍ମୀ ଓ ନେତାଙ୍କ ଅଭାବ ନାହିଁ । ଯାହାର ନେତା ଅଭାବ ସେମାନେ ବାହାରୁ ନେତା ନେବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସ ତାହା କରିବ ନାହିଁ । କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ନେଇ ବିଧାୟକ ପ୍ରକାଶ ବେହେରା କହିଛନ୍ତି ଯେ ବିଜେଡି ଭଲ କାମ କରୁଛି, ଭଲ ସ୍ଥିତିରେ ଅଛି । ଆଗାମୀ ନିର୍ବାଚନରେ ଲଢ଼ିବି କି ନାହିଁ ହାଇକମାଣ୍ଡ ନିଷ୍ପତି ନେବେ । ତେବେ କେଉଁ ଦଳର ହାଇକମାଣ୍ଡ ତାହା ସେ କହିଲେ ନାହିଁ । ୨୦ ବର୍ଷ ହେଲା ଲୋକଙ୍କ ସହ ଅଛି ,ଲୋକେ ମଧ୍ୟ ମୋ ସହ ଅଛନ୍ତି ବୋଲି ସେ କହିଛନ୍ତି ।