ଆଇନଜୀବୀ ଆନେ୍ଦାଳନ ପ୍ରତ୍ୟାହୃତ

Nov 14, 2018 - 18:02
 199
ଆଇନଜୀବୀ ଆନେ୍ଦାଳନ ପ୍ରତ୍ୟାହୃତ
କଟକ, ୧୪/୧୧(ସକାଳଖବର): ୩ ଜଣ ପୋଲିସ୍ କର୍ମଚାରୀ ହାଇକୋର୍ଟରେ ନିସର୍ତ କ୍ଷମା ପାର୍ଥନା କରିବାପରେ ପୋଲିସ-ଓକିଲ ବିବାଦର ଅବସାନ ଘଟିଛି । ଦୀର୍ଘ ଅଢେଇ ମାସ ପରେ ଆଇନଜୀବୀମାନେ ସେମାନଙ୍କ ଆନେ୍ଦାଳନ ପ୍ରତ୍ୟାହାର କରିଛନ୍ତି । ବୁଧବାର ଅନୁଷ୍ଠିତ ହାଇକୋର୍ଟ ବାର୍ ଆସୋସିଏସନ୍ ର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଆସନ୍ତାକାଲି ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେବେ । ଆସୋସିଏସନ୍ ର ସଭାପତି ଶ୍ରୀକାନ୍ତ ନାୟକ ଏହି ସୂଚନା ଦେଇଛନ୍ତି । କ୍ଷମା ପ୍ରାର୍ଥନା କରିଥିବା ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ଜଣେ ହାବିଲଦାର ଓ ୨ ଜଣ କନେଷ୍ଟବଳ ରହିଛନ୍ତିି । ଗତ ଅଗଷ୍ଟ ୨୮ ତାରିଖ ନୂଆବଜାର ଆଇନଜୀବୀଙ୍କୁ ମାଡ଼ ମାରିଥିବା ୩ ଜଣ ପୋଲିସ କର୍ମ·ରୀ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ଦୁଃଖ ପ୍ରକାଶ କରିଥିଲେ । ଏଭଳି ଘଟଣାର ପୁନରାବୃତି ନ ହେବା ପାଇଁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ୭ ଦିନ ମଧ୍ୟରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ବୁଧବାର ଦିନ ହାଇକୋର୍ଟର ବି·ରପତି ଜଷ୍ଟିସ ଚିତରଞ୍ଜନ ଦାଶଙ୍କ ଏକକ ଖଣ୍ଡପୀଠରେ ଉକ୍ତ ପିଟିସନର ଶୁଣାଣି ହୋଇଥିଲା । ଓକିଲ ଦେବୀ ପ୍ରସାଦଙ୍କୁ ମାଡ଼ ଦେଇଥିବା ଦୁଇ ଜଣ କନେଷ୍ଟବଳ ଏବଂ ଜଣେ ହାବିଲ୍ଦାର୍ ଖଣ୍ଡପୀଠଙ୍କ ଆଗରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ଉକ୍ତ ଘଟଣା ଉପରେ ସତ୍ୟପତ୍ର ଦାଖଲପୂର୍ବକ ନିଃସର୍ତ କ୍ଷମାଯାଚନା କରିଥିଲେ । ଖଣ୍ଡପୀଠ ସେମାନଙ୍କୁ କ୍ଷମା କରିବା ସହ ଭବିଷ୍ୟତରେ ବିବାଦ ଏଡ଼ାଇବାକୁ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତି କରିବାକୁ ନିର୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ବୁଗୁଡା ଥାନା ଅଧିକାରୀ ଜଣେ ଓକିଲଙ୍କୁ ମାଡ ମାରିବା ଘଟଣାକୁ ନେଇ ଓକିଲ ମାନଙ୍କ ଆନେ୍ଦାଳନ ତେଜିବାରେ ଲାଗିଛି । ଉଭୟ ଭଂଜନଗର ଓ ଗଂଜାମ ର ଓକିଲମାନେ ଏହି ଆନେ୍ଦାଳନରେ ସାମିଲ ହୋଇଛନ୍ତି । ବ୍ରହ୍ମପୁର ଏସପି ଓ ଡିଆଇଜି ଙ୍କ ତତ୍ୱାବଧାନରେ ଜଣେ ଡିଏସପି ଏହାର ତଦନ୍ତ କରୁଛନ୍ତି । ପୋଲିସ୍ ଡିଜି ଆର ପି ଶର୍ମା କହିଛନ୍ତି ଯେ ସମ୍ପୃକ୍ତ ଘଟଣାର ତଦନ୍ତ ରିପୋର୍ଟ ମିଳିବା ପରେ ଆଇନଗତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।