୫.୬ ଡ଼ିଗ୍ରିକୁ ଖସିଲା ପାରଦ

Dec 31, 2018 - 07:18
 157
ଅନୁଗୋଳ,୩୧/୧୨(ସକାଳଖବର): ଅସମ୍ଭଳା ଜାଡ଼ । ଶୀତରେ ଥରୁଛି ସାରା ଅନୁଗୋଳ ଜିଲା । ପାରଦ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ଶନିବାର ଅନୁଗୋଳର ସର୍ବନିମ୍ନ ତାପମାତ୍ରା ୫.୬ ଡ଼ିଗ୍ରି ସେଲ୍ସିୟମକୁ ଖସି ଆସିଛି । ସର୍ବାଧିକ ତାପମାତ୍ରା ୨୩ ଡ଼ିଗ୍ରି ସେଲସିୟସ ରେକଡର଼୍ କରାଯାଇଛି । ଦିନ ବେଳା ଖରା ହେଉଥିଲା । ତଥାପି ଶୀତ ଯୋଗୁଁ ଲୋକଙ୍କୁ ଗରମ ପୋଷାକ ପିନ୍ଧିବାକୁ ପଡ଼ିଥିଲା । ସନ୍ଧ୍ୟା ଉପନୀତ ହେବା ପରେ ଗ୍ରାମାଞ୍ଚଳ ହେଉକି ସହରାଞ୍ଚଳ ଅନେକ ଜାଗାରେ ଲୋକେ ନିଆଁ ପୋଉଁଥିବା ଦେଖିବାକୁ ମିଳିଥିଲା । ଅନୁଗୋଳରେ ଚଳିତ ବର୍ଷର ସବୁଠାରୁ କମ ତାପମାତ୍ରା ରେକଡର଼୍ ହୋଇଥିବା କୁହାଯାଇଛି । ୨୦୦୨/୨୦୦୩ ମସିହାରେ ସହର ତାପମାତ୍ରା ୫ ଡ଼ିଗ୍ରି ସେଲ୍ସିୟସ ରେକଡର଼୍ କରାଯାଇଥିଲା । ଆସନ୍ତା ଦୁଇ ଦିନ ମଧ୍ୟରେ ସହରରେ ପ୍ରବଳ ଥଣ୍ଡା ପଡ଼ିବ ବୋଲି କୁହାଯାଇଛି ।