ବାଇକ ଡ଼ିକି ଭାଙ୍ଗି ସାଢେ଼ ତିନି ଲକ୍ଷ ନେଇ ଚମ୍ପଟ

Sep 7, 2018 - 18:12
 187
ଅନୁଗୋଳ,୭/୯ (ସକାଳଖବର): ଅନୁଗୋଳ ସହର ସମେତ ଆଖପାଖ ଅଞ୍ଚଳର ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ରାଜ ବଢ଼ି ବଢ଼ି ଚାଲିଛି । ଯାହାକି ସାଧାରଣ ଲୋକଟିଏ ଅସୁରକ୍ଷିତ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଥାନା ନିକଟବର୍ତ୍ତୀ କାଞ୍ଚନ ବଜାର ଛକ ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ, ଆଜି ଦି ସାଢେ଼ ତିନିଟା ବେଳେ ଜଣେ ଟ୍ରାନ୍ସପୋଟ କର୍ମଚାରୀ କାଞ୍ଚନ ବଜାର ରୋଡ଼ସ୍ଥିତ ଏକ ଅଟୋମୋବାଇଲ ଦୋକାନରୁ ସୌଦା କରୁଥିବାବେଳେ ତାଙ୍କ ଡ଼ିକି ଭାଙ୍ଗି ଲୁଟେରାମାନେ ସାଢେ଼ ତିନିଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି । ପ୍ରକାଶ ଯେ, ଜେପିସି ଟ୍ରାନ୍ସପୋଟ କମ୍ପାନୀର କର୍ମଚାରୀ ଅଜୟ ଶୁକ୍ଳା ତାଙ୍କ ବାଇକ (ନଂ ଓଆର ୦୫- ଜେଡ଼୍ଏଲ୍ - ୪୬୮୮) ଯୋଗେ ଏଚ୍ଡ଼ିଏଫ୍ସି ବ୍ୟାଙ୍କରୁ ସାଢେ଼ ୩ ଲକ୍ଷ ଟଙ୍କା ଉଠାଇ ବାଇକ ଡ଼ିକିରେ ରଖିଥିଲେ । ତାପରେ ସେ କାଞ୍ଚନ ଟକିଜ୍ ରୋଡ଼ରେ ଥିବା ଅଟୋମୋବାଇଲ ଦୋକାନକୁ ପାର୍ଟସ୍ କିଣିବାକୁ ଯାଇଥିଲେ । ସେହି ସମୟ ମଧ୍ୟରେ ଲୁଟେରାମାନେ ତାଙ୍କ ଡ଼ିକି ଖୋଲି ସବୁ ଟଙ୍କା ଲୁଟିନେଇ ଫେରାର ହୋଇଥିଲେ । ଶ୍ରୀ ଶୁକ୍ଳା ଆସି ଦେଖିଲାବଳେକୁ ଡ଼ିକି ଖୋଲା ପଡ଼ିଛି ଏବଂ ଟଙ୍କା ନାହିଁ । ଏନେଇ ସେ ଅନୁଗୋଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରୁଥିବା ଜଣାଯାଇଛି ।