ଧର୍ମେନ୍ଦ୍ରଙ୍କୁ ମିଳିଲା ମଧ୍ୟପ୍ରଦେଶ ନିର୍ବାଚନ ଦାୟିତ୍ୱ

Oct 4, 2018 - 17:18
 318
ଧର୍ମେନ୍ଦ୍ରଙ୍କୁ ମିଳିଲା  ମଧ୍ୟପ୍ରଦେଶ ନିର୍ବାଚନ ଦାୟିତ୍ୱ
ନୂଆଦିଲ୍ଲୀ୪ା୧୦(ସକାଳଖବର): : ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ବିଜେପିର ନିର୍ବାଚନ ପରିଚାଳନା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ବିଧାନସଭା ନିର୍ବାଚନ ହେବାକୁ ଥିବା ଅନ୍ୟ ଦୁଇ ରାଜ୍ୟ ରାଜସ୍ଥାନ ଓ ତେଲଙ୍ଗାନା ପାଇଁ ଯଥାକ୍ରମେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ଓ ଜେପି ନଡ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ଏହି ନୂଆ ଦାୟିତ୍ୱ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡରେ ୨୦୦୪ରେ ତ୍ରିପୁରା ଓ ୨୦୦୮ରେ ଛତିଶଗଡ଼ର ପ୍ରଭାରୀ ଦାୟିତ୍ଵ ଦିଆଯାଇଥିଲା।ଏହା ସହିତ ପ୍ରଧାନ ଛତିଶଗଡ଼ ଓ ଝାରଖଣ୍ଡରେ ବିଜେପିକୁ ଜିତାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇ ସାରିଛନ୍ତି।