ପରିତ୍ୟକ୍ତ କୂଅରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର

Nov 5, 2018 - 18:39
 200
ପରିତ୍ୟକ୍ତ କୂଅରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର
ଅନୁଗୋଳ, ୫/୧୧ (ସକାଳଖବର): ହତ୍ୟା,ଲୁଟ, ରାହାଜନୀ, ଡ଼କାୟତି ଥମିବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ଘଟଣା ଘଟିଚାଲିଛି । । ଗତ କାଲି ଠାକୁରଗଡ଼ ଥାନା ରାଣୀବନ୍ଧ ଗାଁ ପୋଖରୀ ନିକଟରୁ ୨ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁରେ । ପ୍ରକାଶ ଯେ ତୁବେ ଗାଁର ଶିବାନନ୍ଦ ପ୍ରଧାନ (୩୭) ନାମକ ଜଣେ ଯୁବକ ଗତ ୨ ତାରିଖ ରାତିରୁ ନିଖୋଜ ଥିଲେ ।ତାଙ୍କୁ କେହି ରାତି ଆଠଟା ବେଳେ ଫୋନ କରିବା ପରେ ଏକ ମିଟିଙ୍ଗ ଅଛି ବୋଲି ଘରଲୋକକୁ କହି ଯାଇଥିଲେ । ତାଙ୍କ ହିରୋହୋଣ୍ଡା ବାଇକ ନଂ ( ଓଆର ୧୯ଏଚ-୦୨୧୦ ନେଇ ବାହାରି ଯାଇଥିଲେ । ମାତ୍ର ତା ପରଠାରୁ ଆଉ ଘରକୁ ଫେରି ନଥିଲେ । ନିଖୋଜ ହୋଇଥିବା ନେଇ ଶିବାନନ୍ଦଙ୍କ ବଡ଼ଭାଇ ସତ୍ୟାନନ୍ଦ ଥାନାରେ ଏତଲା ଦେଇଥିଲେ । ମାତ୍ର ଆଜି ସକାଳ ବେଳା ତାଙ୍କ ମୃତ ଦେହ ତୁବେ ଗାଁ ଢ଼ିପସାହି ସ୍କୁଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର କରାଯାଇଛି । ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନେ୍ଦହ କରାଯାଉଛି । ଖବର ପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।