ଶିକାର ପାଇଁ ଥିବା ବିଦ୍ୟୁତ ତାରରେ ୨ ଯୁବକଙ୍କ ମୃତ୍ୟୁ

Nov 5, 2018 - 18:39
 205
ଶିକାର ପାଇଁ ଥିବା ବିଦ୍ୟୁତ ତାରରେ ୨ ଯୁବକଙ୍କ ମୃତ୍ୟୁ
ଅନୁଗୋଳ, ୫/୧୧ (ସକାଳଖବର): ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର । ତେବେ ଜନ୍ତୁ ଶିକାର ହେବା ପରିବର୍ତ୍ତେ ଶିକାର ହେଲେ ୨ ଯୁବକ । ଆଜି ଏହି ଦୁଇ ଯୁବକ ୧୩ ଦିନ ହେଲା ନିଖୋଜ ଥିଲେ । ତେବେ ଗାଁ ନାଳପଠାରୁ ଆଜି ଦୁଇ ଯୁବକଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାରୁ ପ୍ରକାଶ ଯେ, ଠାକୁରଗଡ଼ ଥାନା ଅନ୍ତର୍ଗତ ରାଣୀବନ୍ଧ ଗାଁ ନାଳପଠାରୁ ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏହି ଦୁଇଜଣ ଯୁବକ ହେଲେ ହତାଶିମିଳି ଗାଁର ସିପୁନ ନାଏକ (୧୬) ଓ ଅମୂଲ୍ୟ ନାଏକ (୧୮) । ସୂଚନା ଯେ, ଗତ ୨୩ ତାରିଖ ଠାରୁ ଏହି ଦୁଇ ଯୁବକ ନିଖୋଜ ହୋଇଥିବା ନେଇ ତାଙ୍କ ମା ହେମଲତା ନାଏକ ପ୍ରକାଶ କରିଛନ୍ତି । ଆଜି ଦିନ ୧୨ଟା ବେଳେ ରାଣୀବନ୍ଧ ଗାଁର ଲୋକ ଖାଲପଡ଼ା ନାଳକୁ ଗାଧୋଇବାକୁ ଯାଇଥିôବାବେଳେ ସେଠାରେ ପ୍ରବଳ ମାତ୍ରାରେ ଦୁର୍ଗନ୍ଧ ହୋଇଥିଲା । ଦୁର୍ଗନ୍ଧର କାରଣ ଖୋଜିବାକୁ ଲୋକମାନେ ନାଳ ଆଖପାଖ ବୁଲି ଦେଖିଥିଲେ । କିଛି ବାଟରେ ଅର୍ଦ୍ଧ ପୋତା ଅବସ୍ଥାରେ କାଦୁଅ ଭିତରେ ଦୁଇଟି ମୃତ ଶରୀର ଦେଖିବାକୁ ପାଇଥିଲେ । ଏହା ଦେଖି ଗ୍ରାମବାସୀମାନେ ଠାକୁରଗଡ଼ ଥାନାକୁ ଜଣାଇଥିଲେ । ଘଟଣାସ୍ଥଳରେ ଠାକୁରଗଡ଼ ଆଇଆଇସି ଗବାକ୍ଷ ନାୟକ ଆଠମଲ୍ଲିକ ତହସିଲଦାରଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବି.କେ. ପ୍ରଧାନ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ । ଗ୍ରାମବାସୀଙ୍କ କହିବାନୁଯାୟୀ ମୃତ ଅମୂଲ୍ୟ ନାଏକଙ୍କ ବାପା ଭୀମସେନ ନାଏକ ପାଖ ଜଙ୍ଗଲରେ ଶିକାର କରିବା ପାଇଁ ୧୧କେଭି ବିଦ୍ୟୁତ ତାର ବିଛାଇଥିଲେ । ତାଙ୍କୁ ଖୋଜିବାକୁ ଆସି ତାଙ୍କ ପୁଅ ଅମୂଲ୍ୟ ନାଏକ ଏବଂ ପୁତୁରା ସିପୁନ ନାଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ତେତେ ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଜଣାଯାଇଛି ।