ନୂତନ ୟୁରିଆ ନୀତି-୨୦୧୫ର ସମୟ ସୀମା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

Apr 16, 2019 - 20:25
 184
ନୂଆଦିଲ୍ଲୀ,୧୫/୪(ସକାଳଖବର): ୨୦୧୮ ମାର୍ଚ୍ଚ ୨୮ ସୁଦ୍ଧା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ସଂଶୋଧିତ ହୋଇଥିବା ବ୍ୟବସ୍ଥା ବ୍ୟତୀତ ନୂତନ ୟୁରିଆ ନୀତି-୨୦୧୫ର ସମୟ ସୀମାକୁ ୨୦୧୯ ଏପ୍ରିଲ-୧ରୁ ପୁନଶ୍ଚ ଆଦେଶ ପ୍ରଦାନ କରାଯିବା ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ ସାର ବିଭାଗର ପ୍ରସ୍ତାବକୁ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା କୃଷକ ମାନଙ୍କୁ ନିୟମିତ ଭାବେ ୟୁରିଆ ଯୋଗାଣ କରିବାରେ ସହାୟକ ହେବ ।