ନୂଆ ସ୍ୱାସ୍ଥ୍ୟ ନୀତି ପାଇଁ ବୈଠକ

Aug 27, 2019 - 18:27
 99
ଭୁବନେଶ୍ୱର, ୨୭/୮(ସକାଳଖବର): ରାଜ୍ୟ ସ୍ୱାସ୍ଥ୍ୟ ନୀତିର ଡ୍ରାଫ୍ଟ ପଲିସି ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା ଲାଗି ଆଜି ଏଥିପାଇଁ ଗଠିତ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାର ବସିଥିବା ଏହି ବୈଠକରେ ଡ୍ରାପ୍ଟ ପିଲିସିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷକରି ସ୍ୱାସ୍ଥ୍ୟ ନୀତିରେ ଦୁଇ ପ୍ରକାର ଯୋଜନା ଉପରେ ଆଲୋକପାତ ହୋଇଥିଲା । ବର୍ଷିକଆ ବା ସ୍ୱଳ୍ପମିଆଦୀ ଓ ୫ବର୍ଷିଆ ବା ଦୀର୍ଘମିଆଦୀ ନୀତି ପ୍ରସ୍ତୁତି ଲାଗି ବିଶେଜ୍ଞମାନେ ମତ ଦେଇଥିଲେ । ଏଥି ସହିତ ବର୍ତମାନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଥିବା ଯନ୍ତ୍ରପାତି, ମାନବ ସମ୍ବଳ ଓ ଭିତିଭୂମି ଆଦିର ସର୍ବାଧିକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଏହାବାଦ୍ କେଉଁ ଅଂଚଳରେ କି ପ୍ରକାର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ରହିଛି ତାହା ସ୍ୱାସ୍ଥ୍ୟନୀତିରେ ସ୍ଥାନ ପାଇବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ପ୍ରକାଶ ଥାଉକି ରାଜ୍ୟ ସରକାର ଏହି ସ୍ୱାସ୍ଥ୍ୟନୀତି ଚୂଡାନ୍ତ କରିବାପାଇଁ ଡାକ୍ତର ରେଡୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ୨୮ଜଣିଆ କମିଟି ଗଠନ କରିବା ସହିତ ଏଥିରେ ସ୍ୱତନ୍ତ୍ର ସଦସ୍ୟ ଭାବେ କେତେକ ବିଶେଷଜ୍ଞଙ୍କୁ ସ୍ଥାନିତ କରିଛନ୍ତି । ବୈଠକ ପରେ ଅପରାହ୍ନରେ ପରାମର୍ଶଦାତା ଡାକ୍ତର ରେଡୀ ଏବଂ ଶ୍ରୀ ପ୍ରଧାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସାକ୍ଷାତ ଆଲୋଚନା କରିଥିଲେ ।