ନୂଆ ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ହେବାର ଆଵଶ୍ୟକତା ନାହିଁ:ଡିଏମଇଟି

Apr 7, 2022 - 07:59
 65
ନୂଆ ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ହେବାର ଆଵଶ୍ୟକତା ନାହିଁ:ଡିଏମଇଟି
ଭୁବନେଶ୍ଵର : କରୋନାର ନୂଆଏକ୍ସଇ ଭ୍ୟାରିଆଣ୍ଟ ନେଇ ଡିଏମଇଟି ଡଃ ରମାରମଣ ମହାନ୍ତି କହିଛନ୍ତି ଯେ, ନୂଆ ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ହେବାର ଆଵଶ୍ୟକତା ନାହିଁ। ଭାରତରେ ଚିହ୍ନଟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ଵୀକାର କରିଛନ୍ତି। ଏହା କେତେ ସଂକ୍ରାମକ ତାହା ଉପରେ ଆନାଲିସିସି ଚାଲିଛି। ଏହା ପ୍ରାଥମିକ ପର୍ୟ୍ୟାୟରେ ଅଛି। ଗତକାଲି ଚିହ୍ନଟ ହୋଇଛି। ଡିଏମଇଟି ପୁଣି କହିଛନ୍ତି ଯେ, ଗତକାଲି ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ଵୀକାର କରିଛନ୍ତି। ମାସ୍କ ପିନ୍ଧିବା ଜରୁରୀ। ଗହଳି ଚହଳିରେ ମାସ୍କ ପିନ୍ଧିବା ଜରୁରୀ। ଅନ୍ୟ ରାଜ୍ୟରେ ମାସ୍କ ପ୍ରତ୍ୟାହର ହେଲାଣି, ଓଡ଼ିଶାରେ ହେବ କି ନହେବ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। ପ୍ରକାଶ ଥାଉକି, ଗତକାଲି ଭାରତରେ ପ୍ରଥମ ଏକ୍ସଇ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍‌ ଭ୍ୟାରିଆଣ୍ଟ ପରେ ଏବେ ଭାରତରେ ପ୍ରବେଶ କରିଛି କରୋନାର ନୂଆ ମ୍ୟୁଟାଣ୍ଟ ଏକ୍ସଇ ।