ନିଶ୍ଚିନ୍ନ ହେଲା ବଡଆଖଡ଼ା ମଠ

Sep 10, 2019 - 06:49
 114
ନିଶ୍ଚିନ୍ନ ହେଲା ବଡଆଖଡ଼ା ମଠ
ପୁରୀ, ୯/୧୦(ସକାଳଖବର): ବହୁ ଚର୍ଚ୍ଚିତ ବଡଆଖଡା ମଠ ଶେଷରେ ନିଶ୍ଚିନ୍ନ ହୋଇଛି । କେବଳ ୩ଟି ମନ୍ଦିର ରହିଛି । ଗତକାଲି ୮୦ ଭାଗ ଅଂଶ ଭଙ୍ଗାଯାଇଥିବା ବେଳେ ଗଶେଣ ମୂର୍ତି ବସିଥିବାରୁ ଆଉ ୨୦ଭାଗ ଘର ରହିଥିଲା । ଆଜି ସକାଳୁ ବୋଲଡୋଜର ସାହାଯ୍ୟରେ ସମସ୍ତ ଘରଗୁଡିକ ଭଙ୍ଗାଯାଇଛି । ସବୁ ଘର ଭଙ୍ଗାଯିବା ପରେ ଶ୍ରୀନଅର ଗ୍ରାଣ୍ଡ ସେଂଟର ଠାରୁ ଶ୍ରୀମନ୍ଦିର ଏବେ ସ୍ପଷ୍ଟ ଦେଖାଯାଉଛି । ଭାଇବ୍ରେଟର ମେସିନ୍ ଛାତଗୁଡିକ ଗୁଣ୍ଡ କରିବା ପରେ ଟ୍ରକ୍ ଯୋଗେ ଭଙ୍ଗାଅଂଶଗୁଡିକୁ ନିଆଯାଇ ପୁରୁଣା ଜେଲ୍ ଭିତରେ ଥିବା ଖାଲଗୁଡିକ ପୋତାଯାଉଛି । ମଠରେ ଥିବା ଠାକୁରଙ୍କ ମନ୍ଦିର ଓ ପୀଠସ୍ଥଳି ସୁରକ୍ଷିତ ରହିଛି । ଆସନ୍ତାକାଲି ମଙ୍ଗଳବାର ଦିନ ଦୋଳବେଦୀ କୋଣରେ ଥିବା ଏକ ଲୁହା ଦୋକାନ, ସାନଛତା ମଠ, ଡାକ୍ତରଖାନା କୋଠାଗୁଡିକ ଭଙ୍ଗାଯିବା ପାଇଁ ପ୍ରସ୍ତୁତି ଜାରି ରହିଛି । ଅନ୍ୟପକ୍ଷରେ ବିଭିନ୍ନ ମଠର ମଠାଧିଶମାନେ ଓ ଧର୍ମପ୍ରାଣ ବ୍ୟକ୍ତିମାନେ ଏକାଠି ହୋଇ ପୁରୀରେ ମଠ ସଂସ୍କୃତି ଲୋପ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ମଠରୁ ଆବର୍ଜ୍ଜନା ଉଠିବା ପରେ ତା ଉପରେ ଇଟା ପକାଯାଇ ସମତୁଲ କରାଯିବ ବୋଲି ଜଣାପଡିଛି ।