ନିରାଶ୍ରୟା ମହିଳାଙ୍କ ଚିକିତ୍ସା କଲା ଆଇନ ସେବା ପ୍ରାଧିକରଣ

May 13, 2018 - 14:58
 181
କଟକ,୧୩ା୫/(ସକାଳଖବର): ଜଣେ ନିରାଶ୍ରୟା ମହିଳାଙ୍କର ଚିକିତ୍ସା ଜିଲ୍ଲା ଆଇନ ସେବା ପ୍ରାଧିକରଣଦ୍ୱାରା କରାଯାଇଛି । ଦୀର୍ଘଦିନପରେ ଉକ୍ତ ମହିଳାଜଣକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ରହି ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ମଙ୍ଗଳାବାଗ ମାଛୁଆବଜାର କୁମ୍ଭାରସାହିର ସଂଯୁକ୍ତା ସାହୁ ବହୁଦିନ ହେଲା ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ଥିଲେ । ଏନେଇ ତାଙ୍କ ବଡ ଭଉଣୀ ସଂଘମିତ୍ରା କଟକ ଜିଲ୍ଲା ଆଇନ ପ୍ରାଧିକରଣଙ୍କୁ ଲିଖିତ ଭାବେ ଜଣାଇଥିଲେ । ପ୍ରାଧିକରଣର ସଚିବ ଗାର୍ଗୀ ପଟ୍ଟନାୟକଙ୍କ ନିଦେ୍ର୍ଧଶ ଅନୁସାରେ ସ୍ୱେଚ୍ଛାସେବୀ ଲୋକନାଥ ଶତପଥୀ ଦୀର୍ଘ ୫ମାସ ଧରି ନିରାଶ୍ରୟା ମହିଳା ସଂଯୁକ୍ତାଙ୍କୁ ସିଟି ହସ୍ପିଟାଲରୁ ଏସସିବି ମେଡିକାଲ କଲେଜକୁ ନେବାଆଣିବା କରି ସମସ୍ତପ୍ରକାର ପରୀକ୍ଷା ନୀରିକ୍ଷା କରାଇ ଉପଯୁକ୍ତ ଚିକିତ୍ସା କରିଥିଲେ । ପରେ ତାଙ୍କର ଚକ୍ଷୁ ଅସ୍ତ୍ରୋପଚାର କରାଯାଇଥିଲା । ସେ ଏବେ ସୁସ୍ଥ ହୋଇଥିବାରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।