ଶରତ ପ୍ରଧାନ ପାଇବେ ସଚ୍ଚି ରାଉତରାୟ ସମ୍ମାନ

May 13, 2018 - 14:59
 155
କଟକ,୧୩ା୫/(ସକାଳଖବର): କବି ପ୍ରଫେସର ଡ. ଶରତ ପ୍ରଧାନ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସଚ୍ଚି ରାଉତରାୟ ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ୧୯ ତାରିଖରେ ସ୍ଥାନୀୟ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଡ. ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଡ. ପ୍ରଧାନ ଜଣେ ସଫଳ କବି, ସମାଲୋଚକ, ପ୍ରାବନ୍ଧିକ ଓ ଗବେଷକ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି । ଚଳିତବର୍ଷଠାରୁ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କବି ସଚ୍ଚି ରାଉତରାୟଙ୍କ ସ୍ମୃତିରେ ପ୍ରତିବର୍ଷ ଜଣେ କବିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।