ନିଗମ ପୁନର୍ଗଠିତ: ପ୍ରଦୀପ ମାଝୀଙ୍କୁ ପରାମର୍ଶଦାତା ଦାୟିତ୍ବ

Oct 10, 2022 - 08:43
 43
ନିଗମ ପୁନର୍ଗଠିତ: ପ୍ରଦୀପ ମାଝୀଙ୍କୁ ପରାମର୍ଶଦାତା ଦାୟିତ୍ବ
ଭୁବନେଶ୍ବର: ପୁନର୍ଗଠିତ ହୋଇଛି ନିଗମ ଅଧ୍ୟକ୍ଷ, ବିଭାଗ ଓ ଯୋଜନାର ଉପଦେଷ୍ଟା ପଦ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭିନ୍ନ ବିଭାଗ ଓ ଯୋଜନାର ଉପଦେଷ୍ଟା ଏବଂ ନିଗମ ଅଧ୍ୟକ୍ଷ ପଦରେ ଅଭିଜ୍ଞ ନୂଆ ଚେହେରା ଦେଖିବାକୁ ମିଳିଛନ୍ତି । ଆଉ କିଛି ଅଧ୍ୟକ୍ଷଙ୍କ ନିଗମ ବା ବିଭାଗ ଅଦଳବଦଳ କରାଯାଇଛି । ଚଳିତଥର ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ବାତିଲ କରାଯାଇ ୩ ଜଣଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ ଓ ସାଧୁ ନେପାକଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ କରାଯାଇଛି । ଏହାସହ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସୁବିଧା ପ୍ରଦାନ କରାଯାଇଛି । ପୂର୍ବରୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରେ ଥିବା ସଞ୍ଜୟ ଦାସବର୍ମାଙ୍କୁ କୌଣସି ପଦ ପଦବୀ ମିଳିନାହିଁ । ମହିଳା କମିଶନର ଅଧ୍ୟକ୍ଷା ହୋଇଛନ୍ତି ମିନତୀ ବେହେରା ପୁନର୍ବାର ସେହି ଦାୟିତ୍ବ ସମ୍ଭାଳିବେ । ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ଏକ୍ସପର୍ଟ ସଦସ୍ୟ ହୋଇଛନ୍ତି ରଘୁନାଥ ନାଇଡୁ ଓ ତୁମ୍ବନାଥ ପଣ୍ଡା । ସେହିପରି ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡର ଏକ୍ସପର୍ଟ ସଦସ୍ୟ ହୋଇଛନ୍ତି ସାରଦା ଜେନା । ମୟୂରଭଞ୍ଜ ଜିଲ୍ଲାର ଯୋଜନା ବୋର୍ଡର ଏକ୍ସପର୍ଟ ସଦସ୍ୟ ହୋଇଛନ୍ତି ଜିତେନ୍ଦ୍ର ମହାନ୍ତି । ସ୍ବତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ହୋଇଛନ୍ତି ପ୍ରଦୀପ ମାଝୀ । କୃଷି ମାର୍କେଟିଂ ବୋର୍ଡର ଉପଦେଷ୍ଟା ହୋଇଛନ୍ତି ସୁରେନ୍ଦ୍ର ପ୍ରଧାନ । ରାମଚନ୍ଦ୍ର ପଣ୍ଡାଙ୍କୁ ମିଳିଛି କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଦାୟିତ୍ବ । ଅନୁଭବ ପଟ୍ଟନାୟକଙ୍କୁ ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଦାୟିତ୍ବ ମିଳିଛି । ସୁଧୀର ଦାସ ଓ ନିବେଦିତା ନାୟକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଦାୟିତ୍ବ ମିଳିଛି । ମିଶନ ଶକ୍ତି ବିଭାଗର ଉପଦେଷ୍ଟା ହୋଇଛନ୍ତି ଡକ୍ଟର ଲୋପାମୁଦ୍ର ବକ୍ସିପାତ୍ର ଓ ଗୀତା ବସ୍ତିଆ । ସୁମିତ୍ରା ଜେନା ହୋଇଛନ୍ତି ମହିଳା ଏବଂ ଶିଶୁ ବିକାଶ ବିଭାଗର ଉପଦେଷ୍ଟା । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ହୋଇଛନ୍ତି କସ୍ତୁରୀ ମହାପାତ୍ର । ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ହୋଇଛନ୍ତି ପବିତ୍ର ପାଣିଗ୍ରାହୀ । ସେହିପରି ଅବନିକାନ୍ତ ସାହୁ ହୋଇଛନ୍ତି ତାଳଚେର-ଅନୁଗୁଳ ମେରାମଣ୍ଡଳୀ ଉନ୍ନୟନ ଅଥୋରିଟିର ଅଧ୍ୟକ୍ଷ । ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ । APICOL ଅଧ୍ୟକ୍ଷ ହୋଇଛନ୍ତି ପ୍ରଭାତ ଆଦିତ୍ୟ ମିଶ୍ର । ଗ୍ରାମ୍ୟ ଗୃହ ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି ଡି ବିଶ୍ୱନାଥ । ଓଟିଡିସି ଅଧ୍ୟକ୍ଷ ହୋଇଛନ୍ତି ଲେନିନ୍‌ ମହାନ୍ତି । ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ହୋଇଛନ୍ତି ଅମରେଶ ପତ୍ରି । ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ହୋଇଛନ୍ତି ସୁବାସ ମହାରଣା ।ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ହୋଇଛନ୍ତି ବିଜୟ ନାୟକ । ଆଗ୍ରୋ- ଇଣ୍ଡଷ୍ଟ୍ରିଜ ନିଗମ ଅଧ୍ୟକ୍ଷ ହୋଇଛନ୍ତି ଦେବାଶିଷ ମହାନ୍ତି । ଆଗ୍ରୋ- ଇଣ୍ଡଷ୍ଟ୍ରିଜ ନିଗମର ଉପାଧ୍ୟକ୍ଷ ହୋଇଛନ୍ତି ସନ୍ତୋଷ ବେଜ୍‌ । ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ହୋଇଛନ୍ତି ସତ୍ୟବ୍ରତ ତ୍ରିପାଠୀ । ଶ୍ରୀମୟୀ ମିଶ୍ର ହୋଇଛନ୍ତି OB & OCWW ଅଧ୍ୟକ୍ଷା । ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ହୋଇଛନ୍ତି ଚିନ୍ମୟ ସାହୁ । ଖଦି ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ସଂଗ୍ରାମ ପାଇକରାୟ । ରାଜ୍ୟ ଯୁବ ବିକାଶ ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି କୁନା ବିହାରୀ ଦାସ ।