ନବୀନ ସରକାରରେ ଉଚ୍ଚଶିକ୍ଷାର ପକ୍ଷଘାତ ଅବସ୍ଥା -ଆଶିଷ ଚୌହାନ

Sep 11, 2018 - 17:58
 165
ନବୀନ ସରକାରରେ ଉଚ୍ଚଶିକ୍ଷାର ପକ୍ଷଘାତ ଅବସ୍ଥା -ଆଶିଷ ଚୌହାନ
ଭୁବନେଶ୍ୱର,୧୧/୯ (ସକାଳଖବର):ଆଜି ସ୍ୱାମୀ ବିବେକାନନ୍ଦଙ୍କ ବିଶ୍ୱ ବିଜୟୀ ଦିବସ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ "ଛାତ୍ର ଅଧିକାର ସମାବେଶ' ନାଁରେ ଏକ ବିଶାଳ ବିଦ୍ୟାର୍ଥୀ ସମାବେଶ ଓ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକଙ୍କ ସଂଯୋଜନାରେ ଏଠାରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏହି ସମାବେଶର ସଂଯୋଜକ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ସାଧାରଣ ସମ୍ପାଦକ ବୁଦ୍ଧଦେବ ବାଗ ଉପସ୍ଥିତ ରହି ଛାତ୍ର ସମାଜକ ଉଦ୍ବୋଧନ ଦେଇଥିଲେ । ଶିକ୍ଷା-ସୁରକ୍ଷା-ରୋଜଗାରର ଜ୍ୱଳନ୍ତ ସମସ୍ୟାକୁ ବିଶ୍ଳେଷଣ କରି ଉପସ୍ଥିତ ବିଦ୍ୟାର୍ଥୀ ପରିଷଦର ସର୍ବଭାରତୀୟ ସାଧାରଣ ସମ୍ପାଦକ ଆଶିଷ ଚୌହାନ ଓଡ଼ିଶାରେ ଉଚ୍ଚଶିକ୍ଷା ବିପର୍ଯ୍ୟସ୍ତ ଅବସ୍ଥା ନିନ୍ଦା କରିଥିଲେ । କଲେଜ ଜମି କଲେଜ ନାଁରେ ନାହିଁ, କିନ୍ତୁ ଘରୋଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ସରକାର ଜମି ଅବିଳମ୍ବେ ଯୋଗାଇ ଦେଉଛନ୍ତି । ଓଡ଼ିଶାର ଆଜି ୭୦ ଭାଗ କଲେଜରେ ତାଲା ପଡିଛି, ଅଧ୍ୟାପକ, ଶିକ୍ଷକ ରାସ୍ତାରେ ଶୋଇଛନ୍ତି । କିନ୍ତୁ ସ୍ପର୍ଶକାତର ହୀନ ନବୀନ ସରକାର ଉଚ୍ଚଶକ୍ଷାର ଏହି ପକ୍ଷଘାତ ଅବସ୍ଥା ପାଇଁ ସମ୍ପୂର୍ଣ୍ଣ ଦାୟୀ । ତେଣୁ ଆଜି ବିଦ୍ୟାର୍ଥୀ ପରିଷଦ ଆହ୍ୱାନରେ ଉପସ୍ଥିତ ବିଦ୍ୟାର୍ଥୀ ସମୂହ ତାଙ୍କୁ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠାଇବା ପାଇଁ ଆସିଛନ୍ତି । ଏହି ସଭାରେ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା ଓଡ଼ିଶାର ଯୁବଛାତ୍ରମାନଙ୍କ ପାଇଁ ଦୟନୀୟ ରୋଜଗାର ସ୍ଥିତ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶ୍ରୀ ପଣ୍ଡା କହିଲେ ଯେ, କରଦାତାଙ୍କ ପଇସାରେ ଗୁଣ୍ଡା ବାହିନୀ କରି କିଛି ଭ ।ର ଲୋଭ ଦେଖାଇ ଯୁବସମାଜର ସ୍ୱାଭିମାନର ମେରୁଦଣ୍ଡ ଭାଙ୍ଗି ଦେବାର ଷଡ଼ଯନ୍ତ୍ର କରିଛନ୍ତି ନବୀନ ସରକାର । ଅନ୍ୟମାନଙ୍କ ଭିତରେ ରାଜ୍ୟ ସହ ସମ୍ପାଦକ ସମୀର ରାଉତ, ସ୍ୱାଗତ ଘଡାଇ, ସୋନାଲି ବେହେରା, ସମ୍ବଲପୁର ବିଶ୍ୱବିଦ୍ୟାଳୟର ରିତେଶ ମେହେର, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଲକ୍ଷ୍ମୀକାନ୍ତ, ଉକôଳର ବିଶ୍ୱବିଦ୍ୟାଳୟର ରତନ ଦିଗଲ, ସ୍ମୃତିସୁଧା ସାହୁ, ବିଭୁତି ଘଡାଇପାତ୍ର, ମୁକେଶ ରଂଜନ, ଦେବାଶିଷ ଶତପଥୀ, ସାଉନା ମାଝୀ, ସଂଘମିତ୍ରା ପଣ୍ଡା, ସଂଗୀତା ପଣ୍ଡା, ଅମିତ ରାଉତରାୟ, ସିଦ୍ଧାର୍ଥ ସୁମନ ଆଦି ଉଦ୍ବୋଧନ ଦେଇଥିଲେ । ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ଏହି ସମାବେଶରେ ପ୍ରାୟ ୩୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ଶାସନ ସଚିବଙ୍କ ଉଦେ୍ଧଶ୍ୟରେ ଦୁଇଟି ସ୍ମାରକପତ୍ର ଏବଂ "ଛାତ୍ର ସନନ୍ଦ'ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଦାନ କରିଥିଲେ ।