ବ୍ୟାଙ୍କରୁ ୧ କୋଟି ଠକେଇ

Dec 21, 2018 - 18:10
 152
ଭବାନୀପାଟଣା, ୨୧/୧୨(ସକାଳଖବର): କଳାହାଣ୍ଡି ଜିଲ୍ଲା କୋକସରା ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ମୋଟେଇ ଶାଖାରୁ ୧ କୋଟି ୨୩ ଲକ୍ଷ ଟଙ୍କା ଠକେଇ ମାମଲାରେ ଦୁଇ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ମୋଟେଇ ଶାଖା ପରିଚାଳକ ପ୍ରବୀଣ ରଞ୍ଜନ ଠାକୁର ଓ ଅଫିସ୍ ଆସିଷ୍ଟାଂଟ ଲଳିତ ଶବର । ପ୍ରବୀଣ ବ୍ୟାଙ୍କ ଟଙ୍କାକୁ ନିଜ ଆକାଉଂଟକୁ ଆଣି ବିଭିନ୍ନ ଆକାଉଂଟକୁ ପଠାଇଥିବା ପୋଲିସ ଜାଣିବାକୁ ପାଇଛି । କୌଣସି ଏକ କମ୍ପାନୀର ମନଲୋଭା ଅଫର୍ ର ଶିକାର ହୋଇ ସେ ଏପରି କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛନ୍ତି ବୋଲି କୋକସରା ଥାନା ଅଧିକାରୀ ଉତମ ସାହୁ ସୂଚନା ଦେଇଛନ୍ତି