ରାଜ୍ୟ ମାନ୍ୟତା ଦେବା ପାଇଁ ଦମ ଲଗାଇ ଦେବୁ, ଜାମ୍ମୁ କାଶ୍ମୀରର ଲୋକଙ୍କୁ ପ୍ରତିଶ୍ରୁତି ଦେଲେ ରାହୁଲ

Jan 23, 2023 - 15:12
 42
ରାଜ୍ୟ ମାନ୍ୟତା ଦେବା ପାଇଁ ଦମ ଲଗାଇ ଦେବୁ, ଜାମ୍ମୁ କାଶ୍ମୀରର ଲୋକଙ୍କୁ ପ୍ରତିଶ୍ରୁତି ଦେଲେ ରାହୁଲ
ଶ୍ରୀନଗର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଏଠାରେ ଏହାଠୁ କିଛି ବଡ଼ ପ୍ରସଙ୍ଗ ନାହିଁ । ଭାରତ ଯୋଡୋ ଯାତ୍ରାର ଶେଷ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀର ପହଞ୍ଚିଥିବା ରାହୁଲ ଗାନ୍ଧୀ ନିଜ ଦଳକୁ ରାଜ୍ୟର ମଜଭୁତ କରିବା ପାଇଁ ପୂରା ଶକ୍ତି ଲଗାଇଛନ୍ତି । ଜାମ୍ମୁର ସତବାରୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ‘ସବୁଠୁ ବଡ଼ ପ୍ରସଙ୍ଗ ଆପଣଙ୍କ ଷ୍ଟେଟହୁଡର ମୁଦ୍ଦା, ଏହାଠୁ ବଡ଼ ପ୍ରସଙ୍ଗ ନାହିଁ । ଆପଣଙ୍କ ହକ୍ ସେମାନେ ଛଡାଇ ନେଇଛନ୍ତି । କଂଗ୍ରେସ ପାର୍ଟି ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇବ । ଆପଣଙ୍କ ରାଜ୍ୟକୁ ପୁଣି ଥରେ ମାନ୍ୟତା ଦେବାରେ ପୂରା ଦମ ଲଗାଇ ଦେବୁ’ । ରାହୁଲ ଗାନ୍ଧୀ ଯାତ୍ରା ସମୟରେ ଜାମ୍ମୁ କାଶ୍ମୀରର ବିଭିନ୍ନ ସମୁଦାୟର ଲୋକଙ୍କୁ ଭେଟିଥିଲେ । ସେ ଦାବି କରିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ବେକାରି ହାର ଦେଶର ସବୁଠୁ ଅଧିକ ରହିଛି । କଂଗ୍ରେସ ନେତା କହିଛନ୍ତି ଯେ ଲୋକଙ୍କ ଅଭିଯୋଗ ପ୍ରଶାସନ ସେମାନଙ୍କ କଥା ଶୁଣୁନି । ସେ କହିଛନ୍ତି, ‘ସବୁ କାମ ବାହାର ଲୋକ ଦେଖୁଛନ୍ତି ଏବଂ ଜାମ୍ମୁ କାଶ୍ମୀର ଲୋକେ ନିରୂପାୟ ହୋଇ ଦେଉଛନ୍ତି’। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ବେକାରି ହାର ସବୁଠୁ ଅଧିକ । ଯୁବକମାନେ ଇଞ୍ଜିନିୟର୍ସ, ଡାକ୍ତର ଏବଂ ଓକିଲ ହେବାକୁ ଚାହୁଁଛନ୍ତି, କିନ୍ତୁ ଏପରି କରିପାରିବେ ନାହିଁ ବୋଲି ସେମାନେ ଜାଣିଛନ୍ତି । କଂଗ୍ରେସ ସାଂସଦ କହିଛନ୍ତି, ‘ପୂର୍ବେ ରୋଜଗାର ପାଇଁ ଗୋଟିଏ ରାସ୍ତା ଥିଲା । ସେହି ରାସ୍ତା ସେନା ଥିଲା । ବିଜେପି ଦ୍ୱାରା ଆରମ୍ଭ କରାଯାଇଥିବା ଅଗ୍ନିବୀର ନାମକ ନୂଆ ଯୋଜନା ଏବେ ଏହାକୁ ମଧ୍ୟ ବନ୍ଦ କରି ଦେଇଛି । ଏହି ରାସ୍ତା ମଧ୍ୟ ବନ୍ଦ ହୋଇ ଯାଇଛି’।