ନବବଧୁ ମୃତ୍ୟୁ ଘଟଣାରେ ସ୍ୱାମୀ ଗିରଫ

Oct 6, 2018 - 18:46
 178
ଅନୁଗୋଳ ୬/୧୦ (ସକାଳଖବର): ବଅଁରପାଳ ଥାନା ଗୋତମରା ଗାଁର ଗୁଡ଼ୁଲୀ ରାଉତଙ୍କୁ ତାଙ୍କ ଶାଶୁଘର ଲୋକ ଅଧିକ ଯୌତୁକ ଦାବୀ କରି ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ବୁଧବାର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ଆଜି ଗୁଡ଼ୁଲୀଙ୍କ ସ୍ୱାମୀ ସୁଜିତ ଦେହୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅପରପକ୍ଷେ ଗୁଡ଼ୁଲୀଙ୍କ ବାପା ଅଯୋଧ୍ୟା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଝିଅକୁ ତାର ସ୍ୱାମୀ ସୁଜିତ ଓ ଶାଶୁ-ଶଶୁର ମିଶି ହତ୍ୟା କରିଛନ୍ତି । ଏ ଘଟଣାର ପୋଲିସ ତଦନ୍ତ କରି ମାମଲା ରୁଜୁ କରିଥିଲା ।